www.samajalive.in
Sunday, December 14, 2025
26.1 C
Bhubaneswar

ବଦଳିଲା ଟ୍ରାଫିକ୍ ନିୟମ ! ୧୦ ଗୁଣା ବଢିବ ଜୋରିମାନା

ନୂଆଦିଲ୍ଲୀ : ଭାରତ ସରକାର ୧ ମାର୍ଚ୍ଚ ୨୦୨୫ରୁ ଟ୍ରାଫିକ୍ ନିୟମକୁ କଡାକଡି କରିଦେଇଛନ୍ତି । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଅନେକ ମାମଲାରେ ଜୋରିମାନା ୧୦ ଗୁଣା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଭାରି ଜୋରିମାନା ସହ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

ମଦ୍ୟପାନ କରି ଗାଡି ଚଳାଇବା

- Advertisement -

ନିଶାସକ୍ତ ହୋଇ ଗାଡି ଚଳାଇଲେ ପୂର୍ବରୁ ଜୋରିମାନା ୧୦ ହଜାର ଟଙ୍କା କିମ୍ବା ୬ ମାସ ଜେଲ୍ ଦଣ୍ଡ ଥିଲା । ବାରମ୍ବାର ଅପରାଧ କଲେ ୧୫ ହଜାର ଟଙ୍କା ଜୋରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

ମୋବାଇଲ ଫୋନ୍ ବ୍ୟବହାର କରିବା

ଗାଡି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କଲେ ଜୋରିମାନା ୫୦୦ ଟଙ୍କାରୁ ବୃଦ୍ଧି ପାଇ ୫ ହଜାର ଟଙ୍କା ହୋଇଯିବ ।

ବିନା ହେଲମେଟ୍ ବା ସିଟବେଲ୍ଟରେ ଗାଡି ଚଳାଇବା

ବିନା ହେଲମେଟରେ ଗାଡି ଚଳାଇଲେ ପୂର୍ବରୁ ୧୦୦ ଟଙ୍କା ଜୋରିମାନା ଲାଗୁଥିଲା । କିନ୍ତୁ ଏବେ ହଜାରେ ଟଙ୍କା ଜୋରିମାନା ଲାଗିବ ଏବଂ ଲାଇସେନ୍ସ ୩ ମାସ ପାଇଁ ନିଲମ୍ବିତ କରିଦିଆଯିବ । ସିଟବେଲ୍ଟ ନପିନ୍ଧିଲେ ମଧ୍ୟ ୧୦୦୦ ଟଙ୍କାର ଜୋରିମାନା ଲାଗିବ ।

ଆମ୍ବୁଲାନ୍ସକୁ ରାସ୍ତା ନଦେବା

ଆମ୍ବୁଲାନ୍ସ ବା ଜରୁରିକାଳୀନ ଗାଡିକୁ ରୋକିଲେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ ।

ନାବାଳକ ଗାଡି ଚଳାଇଲେ

ନାବାଳକ ଗାଡି ଚଳାଇବା ସମୟରେ ଧରାପଡିଲେ ୨୫ ହଜାର ଟଙ୍କା ଜୋରିମାନା, ୩  ବର୍ଷ ଜେଲ୍ ଦଣ୍ଡ, ଗାଡି ପଞ୍ଜୀକରଣ ରଦ୍ଦ କରାଯିବ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories