www.samajalive.in
Monday, December 8, 2025
13.1 C
Bhubaneswar

ମହିଳାଙ୍କୁ ଦଳି ମାରିଲା ଦନ୍ତା: ଅଳ୍ପକେ ବର୍ତ୍ତିଲେ ସ୍ଵାମୀ

ଦେବଗଡ: ମହିଳାଙ୍କୁ ଦଳି ମାରିଲା ଦନ୍ତା। ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମଁଅତ୍ୟୁ ଘଟିଥିବା ସୂଚନା ମିଳିଛି। ମହିଳା ଜଣକ ଆଜି ଭୋରରୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି। ସ୍ଵାମୀ ଜିତୁ ମହାର ଏବଂ ତାଙ୍କର ୩ ସନ୍ତାନ ଅଳ୍ପକେ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି। ସେପଟେ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଏବଂ ବନ ବିଭାଗ ଟିମ୍ ଗାଁକୁ ଯାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories