www.samajalive.in
Sunday, December 14, 2025
26.1 C
Bhubaneswar

ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ

କେଶଦୁରାପାଳ : ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଷିପୁରା ଥାନା ରେକୁଟିଆଠାରେ ନବବଧୁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ । ଯାଜପୁର ଜିଲ୍ଲା କୁମ୍ଭାନଗର ଗ୍ରାମର ମାମା ଜେନା ଗତ ୮ ମାସ ତଳେ ରେକୁଟିଆ ଗ୍ରାମର ରାଜୁ ଜେନାଙ୍କୁ ବିବାହ କରିଥିଲେ । କିଛି ଦିନ ହେବ ଯୌତୁକକୁ ନେଇ ଘରେ କଳହ ଲାଗିଥିଲା। ଆଜି ସକାଳେ ମାମାର ବାପଘର ଲୋକମାନେ ଜାଣିବାକୁ ପାଇଲେ ମାମାର କୌଣସି କାରଣରୁ ମୃତ୍ୟୁ ଘଟିଛି । ଏହାକୁ ନେଇ  ମାମାର ବାପା ମାମାକୁ ଶଶୁର ଘରେ ଲୋକ ମାନେ ହତ୍ୟା  କରିଥିବା ନେଇ  ଘଷିପୁରା ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories