www.samajalive.in
Sunday, December 14, 2025
23.1 C
Bhubaneswar

ବୋମାମାଡ଼ ଘଟଣାରେ ଆଉ ଜଣେ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମଳା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ଘଟଣାରେ ପୁଲିସ ସୋମବାର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗିରଫ ଅଭିଯୁକ୍ତ ହେଲେ ଫୁଲଟା ଗ୍ରାମର ଦିଗମ୍ବର ନାହାକ।

ପୂର୍ବରୁ ଏହି ଘଟଣାରେ ଦୁଇ ଭାଇ ଶ୍ରୀକାନ୍ତ ପାତ୍ର ଓ ସିଦ୍ଧାନ୍ତ ପାତ୍ର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ବଡ଼ଗୁମଳାରେ ରହୁଥିବା ପ୍ରଦୀପ କୁମାର ବେହେରାଙ୍କ ବାପା ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ପୁଅ ପ୍ରଦୀପକୁ କଲ୍‌ କରିଥିଲେ। ଏହାକୁ ନେଇ ପ୍ରଦୀପ ଓ ଶ୍ରୀକାନ୍ତଙ୍କ  ସହ କଥା କଟାକଟି ହୋଇଥିଲା। ଏହି ଘଟଣା ନେଇ ଶ୍ରୀକାନ୍ତ ଓ ତାଙ୍କ ଭାଇ ସମେତ ଅନ୍ୟ ଜଣେ ମିଶି ପ୍ରଦୀପଙ୍କ ଘର ଉପରକୁ ବୋମା ମାଡ କରିଥିଲେ।। ଘଟଣା ନେଇ ପ୍ରଦୀପଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା(୮୪/୨୫) ରୁଜୁ କରି ଦୁଇ ଭାଇ ଶ୍ରୀକାନ୍ତ ଓ ସିଦ୍ଧାନ୍ତକୁ ଗିରଫ କରିଥିଲା। ଦିଗମ୍ବର ଫେରାର ଥିଲା। ତା’କୁ ଆସି ପୁଲିସ ଗୋପାଳପୁର ବେଳାଭୂମିରୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories