www.samajalive.in
Sunday, December 14, 2025
16.1 C
Bhubaneswar

ଆସିଲା ୨୦୨୫ ହୋଣ୍ଡା ସାଇନ୍‌ ୧୦୦, ଜାଣନ୍ତୁ ଦାମ୍‌ ଓ ଫିଚର

ସମାଜ ଡିଜିଟାଲ ଡେସ୍କ: ହୋଣ୍ଡା ଏହାର ନୂଆ ୨୦୨୫ ହୋଣ୍ଡା ସାଇନ୍‌ ୧୦୦ ବାଇକ୍‌ ଲଞ୍ଚ୍‌ କରିଛି। ଏହାର ଏକ୍ସ-ଶୋରୁମ୍ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କାରୁ କମ୍ ରଖାଯାଇଛି। ଏହି ନୂଆ ମଡେଲକୁ ଓବିଡି-୨ ନର୍ମ୍ସ ଅନୁଯାୟୀ ଅପଡେଟ୍‌ କରାଯାଇଛି ଏବଂ ଏଥିରେ ନୂଆ କଲର ଅପ୍ସନ ମଧ୍ୟ ଯୋଡ଼ା ଯାଇଛି। ଏହାର ମୂଲ୍ୟ ପୁରୁଣା ମଡେଲ ତୁଳନାରେ ପ୍ରାୟ ୨୦୦୦ ଟଙ୍କା ଅଧିକ ରଖାଯାଇଛି।

ଇଞ୍ଜିନ ପାଓ୍ବର ଓ ଗିୟରବକ୍ସ:

- Advertisement -

୨୦୨୫ ହୋଣ୍ଡା ସାଇନ୍‌ ୧୦୦ରେ ଏବେ ଓବିଡି-୨ ଅନୁକୂଳ ଇଞ୍ଜିନ୍ ଦିଆଯାଇଛି। ଏହି ବାଇକ୍‌ ୯୮.୯୮ସିସି, ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍ଡ, ଫୁଏଲ ଇଞ୍ଜେକ୍ଟେଡ୍‌ ଇଞ୍ଜିନ ସହିତ ଆସିଛି। ଏହି ଇଞ୍ଜିନ ୫.୪୩ କିଲୋଓ୍ବାଟ୍‌ର ପାଓ୍ବର ୭୫୦୦ ଆରପିଏମରେ ଏବଂ ୮.୦୪ ଏନଏମର ଟର୍କ ୫୦୦୦ ଆରପିଏମରେ ଉତ୍ପାଦନ କରେ। ଏହାକୁ ୪-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହ ଯୋଡ଼ା ଯାଇଛି।

ଡିଜାଇନରେ ନୂଆ କ’ଣ ?

୨୦୨୫ ହୋଣ୍ଡା ସାଇନ୍‌ ୧୦୦ର ଡିଜାଇନରେ କିଛି ନୂଆ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏଥିରେ ହେଡଲ୍ୟାମ୍ପ କାଓଲ, ଇନ୍ଧନ ଟ୍ୟାଙ୍କ ଏବଂ ସାଇଡ୍‌ ଫେୟାରିଙ୍ଗରେ ନୂଆ ଗ୍ରାଫିକ୍ସ ଦିଆଯାଇଛି। ଏହା ବ୍ୟତୀତ ହୋଣ୍ଡାର ୱିଙ୍ଗ୍ ଲୋଗୋକୁ ଏବେ ବାଇକ୍‌ରୁ ହଟାଇ ଦିଆଯାଇଛି ଏବଂ ସାଇଡ୍‌ ପ୍ୟାନେଲରେ କେବଳ ‘Shine 100’ ଲେଖାଯାଇଛି, ଯାହାକି ପୂର୍ବରୁ କେବଳ ‘Shine’ ଲେଖା ଯାଉଥିଲା।

ନୂଆ ରଙ୍ଗରେ ଉପଲବ୍ଧ:

ଏଥର ହୋଣ୍ଡା ପୁରୁଣା ବ୍ଲାକ୍‌ ଓ ଗୋଲ୍ଡ କଲର ଅପ୍ସନକୁ ହଟାଇ ବ୍ଲାକ୍‌ ଓ ଅରେଞ୍ଜ କଲର ଆଣିଛି। ଏହା ବ୍ୟତୀତ ବାଇକ୍‌ ଏବେବି ବ୍ଲାକ୍‌ ଓ ରେଡ୍‌, ବ୍ଲାକ୍‌ ଓ ବ୍ଲ୍ୟୁ, ବ୍ଲାକ୍‌ ଓ ଗ୍ରେ ଏବଂ ବ୍ଲାକ୍‌ ଓ ଗ୍ରୀନ୍‌ ଭଳି ଅନ୍ୟ ରଙ୍ଗରେ ଉପଲବ୍ଧ।

ବ୍ରେକିଙ୍ଗ୍‌ ସିଷ୍ଟମ:

ବାଇକରେ ଏବେ ଡ୍ରମ୍ ବ୍ରେକ୍ ଦିଆଯାଇଛି ଏବଂ ଏହା ସିବିଏସ(କମ୍ବାଇଣ୍ଡ ବ୍ରେକିଙ୍ଗ୍‌ ସିଷ୍ଟମ୍) ସହିତ ଆସିଛି। ଏଥିରେ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କ୍ସ ଏବଂ ଟ୍ବିନ୍‌ ରିୟର ଶକ୍ ଏବଜର୍ଭର ଦିଆଯାଇଛି, ଯାହା ଯାତ୍ରାକୁ ଆରାମଦାୟକ କରିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories