www.samajalive.in
Sunday, December 14, 2025
16.1 C
Bhubaneswar

ବନାଗ୍ନି ରୋକିଲେ ମା ଓ ଝିଅ, ପ୍ରଶଂସା କଲା ବନ ବିଭାଗ

ଫୁଲବାଣୀ : ବୃକ୍ଷ ହିଁ ଜୀବନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ବର୍ତ୍ତମାନ ବିଶ୍ୱ ପାଇଁ ଏହା ବଡ଼ ଆହ୍ୱାନ। ତେଣୁ ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ ଠାରୁ ଆରମ୍ଭ କରି ବହୁ ସ୍ବେଛାସେବୀ ଏବଂ ବନ ବିଭାଗ ସମସ୍ତେ ତତ୍ପର ରହିଛନ୍ତି। ଗ୍ରୀଷ୍ମ ଦିନେ ଜଙ୍ଗଲକୁ କିପରି ସୁରକ୍ଷା ଦିଆଯିବ, ନିଆଁ ଦାଉରୁ କିଭଳି ଜଙ୍ଗଲକୁ ବଞ୍ଚେଇ ହେବ। ଏହାକୁ ନେଇଁ ବନ ବିଭାଗ ବିଭିନ୍ନ ଯୋଜନା କରୁଛି, ତଥାପି ଜଙ୍ଗଲରେ ନିଆଁ ଲାଗୁଛି ଓ ଜଙ୍ଗଲ ଜଳୁଛି। ଆଉ ବନ ବିଭାଗର କର୍ମଚାରୀମାନେ ହାତ ଟେକିଦେଉଛନ୍ତି। ତେବେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଦୁଃସାହାସିକତା ଦେଖାଇଛନ୍ତି ଜଣେ ବୃଦ୍ଧା ମା ଏବଂ ତାଙ୍କ ଝିଅ ।କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ ସତ।
କନ୍ଧମାଳ ଜିଲାରେ ଏଭଳି ଦୁଃସାହାସିକ କାମ କରି ଉଦାହରଣ ସାଜିଛନ୍ତି ଗୋଟିଏ ଦୁର୍ଗମ ଅଞ୍ଚଳରେ ଥିବା ଗାଁର ବୃଦ୍ଧା ମା ଏବଂ ତାଙ୍କ ଝିଅ। ଗାଁ ନିକଟବର୍ତ୍ତୀ ବିସ୍ତିର୍ଣ୍ଣ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ପୋଡ଼ି ଯାଉଥିବା ଦେଖି, ସେହି ନିଆଁକୁ ଲିଭାଇବା ପାଇଁ ଅନ୍ଧାର ରାତିରେ ବୃଦ୍ଧା ମା ଏବଂ ଝିଅ ଜଙ୍ଗଲକୁ ଯାଇଥିଲେ । ସେମାନେ ଜଙ୍ଗଲ ଭିତରେ ପଶି ନିଆଁ ଲିଭାଇ ସୁରକ୍ଷିତ ଭାବେ ଘରକୁ ଫେରିଥିଲେ।  ସେମାନଙ୍କ ସାହାସିକତାକୁ ନେଇଁ ବର୍ତ୍ତମାନ ଜିଲାରେ ଚର୍ଚ୍ଚା ଜୋର ଧରିଛି ଏବଂ ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ମେଲୁମାହା ଗ୍ରାମର ବୃଦ୍ଧା ମା ବିମଳା ନାୟକ ଏବଂ ତାଙ୍କ ଯୁବତୀ ଝିଅ ଲିପିକା ମଲ୍ଲିକ ଏହି ଦୁଃସାହାସିକ କାମ କରିଛନ୍ତି। ଯାହାକୁ ନେଇଁ ବର୍ତ୍ତମାନ ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଉଭୟଙ୍କ ପାଇଁ ଗ୍ରାମ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ନିଆଁ ଦାଉରୁ ବଞ୍ଚିଯାଇଛି ଏବଂ ଉଭୟ ମା’ଝିଅ ଏହି କାର୍ଯ୍ୟ କରି ଆତ୍ମସନ୍ତୋଷ ପାଇବା ସହିତ ଜଙ୍ଗଲର ସେମାନଙ୍କର ଲକ୍ଷ୍ୟ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ବୋଲି କହିଛନ୍ତି।
ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣା କହିଛନ୍ତି ଯେ ଜଙ୍ଗଲ ଜଳୁଥିବା ବାବଦରେ ସୂଚନା ଆସିଲେ ଆମେ ଜଙ୍ଗଲ ନିଆଁକୁ ଲିଭାଉଛୁ। ଜଙ୍ଗଲ ରେ ନିଆଁ କିଭଳି ଲାଗିବନି ସେଥିପାଇଁ ବନବିଭାଗ ସମ୍ପୂର୍ଣ ସଜାଗ ରହିଛି। ତେବେ ମା’ଝିଅଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories