www.samajalive.in
Sunday, December 14, 2025
15.1 C
Bhubaneswar

ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ହାତୀ ନଦୀ, ୪ ଟ୍ରାକ୍ଟର ଜବତ

କଲମପୁର : କଳାହାଣ୍ଡିର ପ୍ରମୁଖ ନଦୀ ମଧ୍ୟରୁ ଅନ୍ୟତମ ନଦୀ ହାତୀ ନଦୀ । ଏହି ହାତୀ ନଦୀ ଏବେ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ରୀତିମତ ଏହି ନଦୀରୁ ଟ୍ରାକ୍ଟର, ହାଇୱା ମାଧ୍ୟମରେ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି । ତହସିଲ ଅଧିନରେ ବାଲି ସୌରାତ ଥିବାବେଳେ ତହସିଲ ପକ୍ଷରୁ ଚଢାଉ କରାଯାଇ ଜରିମନା ଆଦାୟ କରାଯାଉଥିଲା । କିନ୍ତୁ ବର୍ଷାଧିକ କାଳ ହେବ ରାଜସ୍ୱ ବିଭାଗରୁ ଖଣି ବିଭାଗକୁ ବାଲି ସୌରାତର ଦାଇତ୍ୱ ଦେବା ପରେ ବାଲି ମାଫିଆ ଖୁଲମ ଖୁଲା ଭାବେ ବାଲି ଚୋରାଚାଲାଣ କରି ମାଲେ ମାଲ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ସହୁଛନ୍ତି । ଏଭଳି ବାରମ୍ବାର ଅଭିଯୋଗ ହେବା ପରେ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ପୁଲିସକୁ ବେନିୟମ ବାଲି ଚୋରାଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ପୁଲିସ ଏବେ ବାଲି ଚୋରାଚାଲାଣ ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛି । ରବିବାର ଭୋରରୁ କଲମପୁର ପୁଲସ ଥାନା ଅଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଏ.ଏସ.ଆଇ ଶେଖର ଜେନା ଏବଂ ସୁରକ୍ଷା ବଳ ନିୟୋଜିତ ହେଇ ହାତୀ ନଦୀ ମଣ୍ଡଳ ବାଲି ଘାଟଠାରେ ଚଢାଉ କରିଥିଲେ । ଏହି ସମୟରେ ବେନିୟମ ଭାବେ ବାଲି ବୋଝେଇ ହେଇଥିବା ଓ.ଡି୦୮ଏକ୍ସ୪୭୭୨,ଓ.ଡି.୦୮ ଭି ୫୫୦୬, ଓ.ଡି ୦୮ଆର ୮୪୭୧ଏବଂ ଏକ ନମ୍ବର ବିହୀନ ଟେକ୍ସଷ୍ଟାର ଟ୍ରକ୍ଟର ଆଦି ୪ ଗୋଟି ଟ୍ରାକ୍ଟରକୁ ଜବତ କରିଥିଲେ ।

ଏହାସହ ୪ଜଣ ଟ୍ରାକ୍ଟର ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ମଧ୍ୟ କଲମପୁର ପୁଲିସ ପକ୍ଷରୁ ବାଲି ଚୋରାଚାଲାଣରେ ନିୟୋଜିତ ଏକାଧିକ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ହାତୀ ନଦୀର ବିଭିନ୍ନ ବାଲି ଘାଟ ବାଲି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରୀତିମତ ବାଲି ମାଫିଆ ଟ୍ରାକ୍ଟର ଏବଂ ହାଇୱା ଯୋଗେ ଜେସିପି ମେସିନ ସହାୟତାରେ ବାଲି ଉଠଆଣ କରି ଜୟପାଟଣା, କଲମପୁର, ଥୁଆମଉଳ ରାମପୁର, କେକସରା ଏବଂ ଜୁନାଗଡ ସମେତ ପଡୋଶୀ ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାକୁ ଚାଲାଣ କରି ଆସୁଛନ୍ତି । ଏହି ବାଲି ବୋଝେଇ ହାଇୱା ଏବଂ ଟ୍ରାକ୍ଟର ଦ୍ୱାରା ସିଙ୍ଗାରୀ ଘାଟି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡିଛି । ଏହି ସିଙଅଗାରୀ ଘାଟି ରାସ୍ତା ଦେଇ ଥୁଆମଉଳ ରାମପୁର ସମେତ ରାୟଗଡା ଜିଲ୍ଲାକୁ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି । ଯେଉଁ ସବୁ ବାଲି ସୌରାତ ଲିଜ ଅଛି ସେହି ସବୁ ସୌରାତରେ ଧାର୍ଯ୍ୟ ସୀମା ଠାରୁ ଶହେ ଗୁଣ ବାଲି ବେନିୟମ ଭାବେ ଉଠାଣ କରାଯାଉଛି । ପୁଣି ସରକାରଙ୍କ ନିୟମକୁ ବେଖାତିର କରି ଦିନ ରାତି ବାଲି ଚାଲାଣ କରାଯାଉଛି । ଏହି ବାଲି ଚାଲାଣ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ଯେଉଁଥିପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନେକ ବାଲି ମାଫିଆ କିଛଇ ସ୍ଥାନରେ ବାଲି ଜମା କରି ରଖି ସମୟ ଏବଂ ସୁବିଧା ଦେଖି ଚାଲାଣ କରୁଛନ୍ତି । ଏନେଇ ଖୋଦ ଖଣି ବିଭାଗ ଉପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେଇଥିଲେ ମଧ୍ୟ ଗୁରୁତ୍ୱ ଦେଇନଥିବାରୁ ବଢି ଚାଲିଛି ବାଲି ଚୋରା ଚାଲାଣ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories