www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ

ଭୁବନେଶ୍ୱର: ରାଜଧାନୀରେ ହୋଲିରେ ୨ଟି ହତ୍ୟା ମାମଲାରେ ୬ଜଣ ଗିରଫ ହୋଇଛନ୍ତି। ରାଜଧାନୀରେ ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତା ନ ଥିଲା। ଭୁବନେଶ୍ୱର ଡବଲ ମର୍ଡର ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାଜଧାନୀରେ ହୋଲିରେ ମଞ୍ଚେଶ୍ୱର ଥାନା ହତ୍ୟା ମାମଲାରେ ୪ଜଣ ଅଭିଯୁକ୍ତକୁ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ପୂର୍ବରୁ ମୃତକ ଓ ମୁଖ୍ୟ ଅଭିଯୁକ୍ତ ତନ୍ମୟ ମଧ୍ୟରେ ଭଲ ସମ୍ପର୍କ ନଥିଲା। ମାତ୍ର ବାଟରେ ହଠାତ୍‌‌ ଯୁକ୍ତିତର୍କରୁ ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଛି। ପୁଲିସ ପିଛା କରିବାବେଳେ ଅଭିଯୁକ୍ତ ଡିମିରି ଫଳ ଖାଇଦେଇଥିଲା। ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ସେ ଭଲ ହେବା ପରେ ଏବେ ଥାନାରେ ଅଛି।

- Advertisement -

ଡିସିପି ଜଗମୋହନ ମୀନା କହିଛନ୍ତି ଯେ ସହିଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନିକୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ଅଟକ ରଖାଯାଇଛି। ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ହୋଇଥିଲା, ପୂର୍ବ ଶତ୍ରୁତା ନ ଥିଲା ବୋଲି ଡିସିପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories