www.samajalive.in
Wednesday, December 10, 2025
16.1 C
Bhubaneswar

ମମତାଙ୍କ ଧାରଣାରେ ସାମିଲ ପୁଲିସ୍‍ ଅଧିକାରୀଙ୍କ ମେଡାଲ ଫେରାଇ ନେବ କେନ୍ଦ୍ର

ନୂଆଦିଲ୍ଲୀ : ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧାରଣାରେ ବସିଥିବା ୫ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ପଶ୍ଚିମବଙ୍ଗ ଡିଜିପି ଭୀରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ୪ ଅଧିକାରୀଙ୍କ ମେଡାଲ ଫେରାଇ ନେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରରେ ବର୍ଷେ ଲେଖାଏଁ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ମିଳିଥିବା ମେଡାଲ ଫେରାଇ ନିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ ପାଇଁ ସୂଚୀଭୁକ୍ତ ତାଲିକାରୁ ବାଦ ଦିଆଯିବ। ଡିଜିପି ଭୀରେନ୍ଦ୍ର କୁମାରଙ୍କ ସହ ଅନ୍ୟ ୪ ପୁଲିସ୍‍ ଅଧିକାରୀ ହେଲେ ଏଡିଜି ସୁରକ୍ଷା ଭିନୀତ କୁମାର ଗୋଏଲ, ଆଇନ ଶୃଙ୍ଖଳା ଏଡିଜି ଅନୁଜ ଶର୍ମା, ବିଧାନ ନଗର ପୁଲିସ୍‍ କମିଶନର ଗ୍ୟାନୱନ୍ତ ସିଂହ ଏବଂ କଲକତାର ଅତିରିକ୍ତ ପୁଲିସ୍‍ କମିଶନର ସୁପ୍ରତିମ ସରକାର। ପୂର୍ବରୁ ମମତାଙ୍କ ସହ ଧାରଣାରେ ବସିଥିବା କଲକାତା ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲା। ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories