www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣ: ୯ ମୃତ, ମୃତକଙ୍କ ମଧ୍ୟରେ ସାମ୍ବାଦିକ ଥିବା ସୂଚନା

ନୂଆଦିଲ୍ଲୀ: ଇସ୍ରାଏଲର ବାୟୁସେନା ଶନିବାର ଗାଜାରେ ଆକ୍ରମଣ କରିଛି। ଗାଜାର ବେଟ୍ ଲାହିଆ ସହରରେ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ସାମ୍ବାଦିକ ଥିବା ଜଣାପଡିଛି। ହମାସର ନେତାମାନେ ଯୁଦ୍ଧ ବିରାମକୁ ନେଇ କାଥାବାର୍ତ୍ତା ଚଳାଇଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଇସ୍ରାଏଲି ସେନା ଆକ୍ରମଣ ପାଇଁ ଏକ କାର୍‌ କୁ ଟାର୍ଗେଟ୍ କରିଥିଲା। କାର୍‌ ରେ କିଛି ଯାତ୍ରୀ ଥିବାରୁ ଆକ୍ରମଣରେ କାର ଭିତରେ ଏବଂ ଆଖପାଖ ଅଞ୍ଚଳରେ ଥିବା କିଛି ଲୋକ ମୃତାହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୂତାବକ କାରରେ ଥିବା ଲୋକମାନେ ଅଲ-ଖୈର ଫାଉଣ୍ଡେସନ ନାମକ ଏକ ସଂସ୍ଥାରେ କାମ କରୁଥିଲେ। ତାଙ୍କ ସହିତ କିଛି ସାମ୍ବାଦିକ ଏବଂ ଫଟ୍ରୋଗ୍ରାଫର ରହିଥିବା ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାକୁ ନେଇ ଇସ୍ରାଏଲୀ ସେନା ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଜାରି କରିନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories