www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରେନ ଅପହରଣରେ ଭାରତର ହାତ ଥିବା ପାକିସ୍ତାନର ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ବିଦ୍ରୋହୀ ଗୋଷ୍ଠୀ ବଲୋଚ ଲିବରେସନ ଆର୍ମି(ବିଏଲଏ) ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଛନ୍ତି। ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରେ ଅନେକ ସୈନ୍ୟ ରହିଥିଲେ। ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ପାକ୍‌ ସରକାର ଅତିକମରେ ୧୫୫ ଯାତ୍ରୀଙ୍କୁ ବନ୍ଧକମୁକ୍ତ କରିଛନ୍ତି। ଉଦ୍ଧାରକାର୍ଯ୍ୟ ସମୟରେ ୨୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଏହା ଭିତରେ ପାକ୍‌ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲାହ ଭାରତ ବିରୋଧରେ ଅଭିଯୋଗ ଆଣିଛନ୍ତି। ବିଦ୍ରୋହୀମାନଙ୍କ ଦ୍ବାରା ଟ୍ରେନ ଅପହରଣ ହୋଇଯିବା ପରେ ନିଜର ଅପାରଗତା ଲୁଚାଇବା ଲାଗି ପାକିସ୍ତାନ ବିନା କୌଣସି ପ୍ରମାଣରେ ବଲୋଚ ବିଦ୍ରୋହୀମାନଙ୍କୁ ଭାରତ ସମଥର୍ନ କରୁଥିବା ଅଭିଯୋଗ ଆଣିଛି।

ପାକିସ୍ତାନର ଡନ ଟିଭି ଉପସ୍ଥାପକ ସନାଉଲ୍ଲାହଙ୍କୁ ପ୍ରଶ୍ନ କରିଥିଲେ ଯେ, ଆଫଗାନିସ୍ତାନରେ ରହୁଥିବା ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ଠାରୁ ବିଏଲଏକୁ ସହାୟତା ମିଳୁଛି କି? ସେମାନଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି କି ? ଏହାର ଜବାବରେ ସନାଉଲ୍ଲାହ କହିଥିଲେ, ଏସବୁ ଭାରତ କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରେ ସୁରକ୍ଷିତ ଆଶ୍ରୟ ମିଳୁଛି। ସେଠାରେ ବସି ସେମାନେ ସବୁ ପ୍ରକାର ଯୋଜନା କରୁଛନ୍ତି। ଏମାନେ ପାକିସ୍ତାନର ଶତ୍ରୁ। ଏମାନଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ। ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ତାହା ହେଉଛି କେବଳ ଲୋକଙ୍କୁ ହତ୍ୟା କରିବା ଏବଂ ଲୁଟ୍‌ କରିବା। ତେବେ ପାକିସ୍ତାନର ଏପରି ଭିତ୍ତିହୀନ ଅଭିଯୋଗ ସମ୍ପର୍କରେ ଭାତର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories