www.samajalive.in
Saturday, December 13, 2025
18.1 C
Bhubaneswar

ମାଟିର ମହୋତ୍ସବ ଉଦଘାଟିତ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆଠାରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଘାଟିତ ହୋଇଯାଇଛି। ମାଟିର ମହୋତ୍ସବର ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କ  ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟ ବକ୍ତା ଡ଼ଃ ଫଣିନ୍ଦମ ସିଂ ଦେଓ, ସମ୍ମାନିତ ଅତିଥି ଶିବାଜୀ ମହାନ୍ତି, କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ଉପ ସଭାପତି କୈଳାସ ଦୀପ, ଆବାହାକ ପୁଷ୍ପକେତୁ ବେହେରା, ନାରୀନେତ୍ରୀ ନିରୁପମା ମାଝୀ, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ବେଦବ୍ୟାସ ନାଗ, ସଞ୍ଜୟ ଗାନ୍ଧୀ, ରାଜେଶ ଅଗ୍ରୱାଲ, ପିଙ୍କି ଖର୍ସେଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୃଜନ ସଙ୍ଗୀତ କଲାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଞ୍ଚଳର ଲୋକ କଳା,ଲୋକ ସଂସ୍କୃତି,ଲୋକ ବାଦ୍ୟ,ଲୋକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଅଞ୍ଚଳର କଳାକାରଙ୍କୁ ସୁଯୋଗ ଦେବାର ଏକ ମାଧ୍ୟମ ହୋଇପାରିଛି। ସଂସ୍କୃତି ପରିବର୍ତ୍ତନଶୀଳ କିନ୍ତୁ ଅବକ୍ଷୟ ମୁଖୀ ନିଜ ଅଞ୍ଚଳର କଳା,ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି। କଳା ବଞ୍ଚିଲେ ସଂକୃତି ବଞ୍ଚିବ ବୋଲି ମୁଖ୍ୟ ବକ୍ତା ଖରିଆର ର ଡ଼ଃ ଫଣିନ୍ଦମ ସିଂ ଦେଓ କହିଥିଲେ। ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ସିନ୍ଧେକେଲାର ଦିପ୍ତିରେଖା ବାଗ, ବେହେରେନସିଲେଟ ଗାଁ ର ସୁମନ ନାଏକ, କଣ୍ଟାବାଞ୍ଜିର ସନ୍ତୋଷ ନାଗଙ୍କୁ ମାଟିର ଗୈରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ରାତି ୧ ୧ ରେ ମେଲୋଡି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories