www.samajalive.in
Friday, December 12, 2025
23.1 C
Bhubaneswar

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣା; ଖ୍ରୀଷ୍ଟୀୟ ରୀତିନୀତିରେ ସମ୍ପନ୍ନ ହେଲା ବିଭାସଙ୍କ ଶେଷକୃତ୍ୟ

ଜି.ଉଦୟଗିରି : କର୍ଣ୍ଣାଟକରେ ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ହତ୍ୟାର ଶିକାର ହୋଇଥିବା କନ୍ଧମାଳର ବିଭାସ କୁମାର ନାୟକଙ୍କ ମରଶରୀର ଆଜି ଜି.ଉଦୟଗିରି ଗୁଡ୍ରିପଡ଼ି ସ୍ଥିତ ମିଶନ କମ୍ପାଉଣ୍ଡରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ପରିବେଶ ଫାଟି ପଡିଥିଲା। ବାପା ମାଆ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ବିଭାସଙ୍କୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ସିଏନଆଇ ଧର୍ମାଞ୍ଚଳର ଧର୍ମଯାଜକଙ୍କ ତରଫରୁ ମିଶନ ପରିସରରେ ଶୋକସଭା କରାଯାଇଥିଲା। ଏହାପରେ ମିଶନ ପରିସରରେ ହିଁ ବିଭାସଙ୍କ ମରଶରୀରକୁ ଖ୍ରୀଷ୍ଟୀୟ ରୀତିନୀତି ଅନୁଯାୟୀ ସମାଧି ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକେ ବିଭାସଙ୍କୁ ଶେଷ ଦର୍ଶନ କରିଥିଲେ ! ଅନ୍ୟପଟେ ଏକ ମାତ୍ର ପୁଅକୁ ହରାଇ ବାପା ସିଏନଆଇର ସିନର୍ଡ ମୋଡରେଟର ବିଜୟ କୁମାର ନାୟକ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ।

- Advertisement -

ବିଭାସଙ୍କୁ ଯେଉଁଭଳି ଦୁର୍ବୃର୍ତ୍ତ ହତ୍ୟା କଲେ ତାହାକୁ ସବୁ ମହଲରେ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସିଏନଆଇର ବିଭିନ୍ନ ଧର୍ମାଞ୍ଚଳ ତରଫରୁ ଆନ୍ଦୋଳନ କରାଯିବା ସହ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ନେଇ ଭେଟି ନିଜର ଦାବି ଜଣାଇବେ ବୋଲି ଛତିଶଗଡ଼ ଡ଼ାୟସେସର କୋଷାଧ୍ୟକ୍ଷ ଜୟଦୀପ ରବିସନ ଓ ସମ୍ପାଦକ ନିତିନ ଲରେନ୍ସ ପ୍ରକାଶ କରିଛନ୍ତି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories