www.samajalive.in
Saturday, December 13, 2025
18.1 C
Bhubaneswar

ବିକାଶର ସ୍ଵାଦ ଚାଖିନାହାଁନ୍ତି ଝରଣୀପଦର ଗ୍ରାମବାସୀ

କଣ୍ଟାବାଞ୍ଜି : ଦେଶ ସ୍ଵାଧୀନ ହେବାର ୭୮ ବର୍ଷ ପାଳନ କରୁଥିବାବେଳେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ବିକାଶର ଚିହ୍ନ ବର୍ଣ୍ଣ ନାହିଁ । ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ । ଗାଁକୁ ଭଲ ରାସ୍ତା ଅଛି ନା ଅଛି ପକ୍କା ଘର । କାମ ଧନ୍ଦା ମିଳୁନଥିବା ଯୋଗୁ ବାଧ୍ୟ ହୋଇ ଦାଦନ ସାଜିଛନ୍ତି ଗାଁର ଏକାଧିକ ଲୋକ । ସ୍କୁଲ ଅଛି ହେଲେ ଶିକ୍ଷକ ଠିକ ସମୟରେ ଆସୁନାହାନ୍ତି । ପିଇବା ପାଣି ମଧ୍ୟ ଠିକରେ ମିଳୁନାହି । ଏମିତି ଏକ ଗାଁ ହେଉଛି ବଲାଙ୍ଗିର ଜିଲ୍ଲା ମାଓ ପ୍ରବଣ ଅଞ୍ଚଳ ତୁରେକେଲା ବ୍ଲକ ଝରଣୀପଦର ଗାଁ ।

ଜଙ୍ଗଲ ଘେରା ଗାଁରେ ରହିଛି ଅନେକ ସମସ୍ୟା । ଗାଁକୁ ଯିବାକୁ ହେଲେ ଜଙ୍ଗଲ ଭରା ଖାଲ ଖମା ରାସ୍ତା ଦେଇ ଯିବାକୁ ପଡିଥାଏ । ଗାଁରେ ଗୋଟିଏରୁ ଦୁଇଟି ଘରକୁ ଛାଡି ଦେଲେ ସବୁ ମାଟି ଛପର ଘର । ରାସ୍ତା ସମସ୍ୟା ଯୋଗୁ ଗାଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବିଶେଷ କରି କୌଣସି ରୋଗୀ କିମ୍ବା ଗର୍ଭବତୀ ମାକୁ ଖଟିଆରେ ବୋହି ମୁଖ୍ୟ ପିଚୁ ରାସ୍ତାକୁ ନେବାକୁ ପଡିଥାଏ । ସେଠାରୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନା ଯିବାକୁ ପଡିଥାଏ । ଗାଁ ଲୋକ ଅନେକ ଥର ନିଜ ସମସ୍ୟା ନେଇ ପ୍ରଶାସନ ପାଖରେ ଗୁହାରି କରିଥିଲେ ସୁଦ୍ଧା ଆଜିଯାଏ ପ୍ରଶାସନ ଗାଁ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇନାହିଁ ।

- Advertisement -

ଗାଁରେ ଅଙ୍ଗନବାଡି ସେଣ୍ଟର ମଧ୍ୟ ନାହିଁ । ଗାଁରୁ ୪ କିଲୋମିଟର ଦୂରରେ ଥିବା ରହେନଭଟା ଗାଁ ଅଙ୍ଗନବାଡି ସେଣ୍ଟର ଉପରେ ସମସ୍ତେ ନିର୍ଭର କରିଥାନ୍ତି । ମାସେ ଦୁଇ ମାସକୁ ଥରେ ଅଙ୍ଗନବାଡି କର୍ମୀ ଗାଁରେ ଥିବା ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ଆଣି ନିଜ କାମ ସାରିଦେଉଥିବା ଗାଁ ଲୋକ କହିଥାନ୍ତି । ଅନ୍ୟ ପକ୍ଷରେ ୩୦ ପରିବାର ରହୁଥିବା ଏତେ ବଡ ଗାଁ ଲୋକଙ୍କ ପାଇଁ ମାତ୍ର ୨ ଟି ନଳକୂପ ଅଛି । ସେହି ନଳକୂପରେ ମଧ୍ୟ ୬ ମାସ ପାଣି ଆସିବାବେଳେ ୬ ମାସ ବନ୍ଦ ପଡିଥାଏ । ଗାଁରେ ଗୋଟିଏ ଦୁଇଟି ଘରକୁ ଛାଡି ଦେଲେ କୌଣସି ଲୋକ ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି । ମାଟି ଝାଟି କୁଡିଆ ଘରେ ରହୁଛନ୍ତି ଗାଁ ଲୋକ । ଗାଁରେ ସ୍କୁଲ ଅଛି ହେଲେ ସେଠାରେ ନିଯୁକ୍ତ ଥିବା ଶିକ୍ଷକ ନିଜ ମନ ମୁତାବକ ଆସିଥାନ୍ତି । ଯାହା ଫଳରେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡି ଦେଇ ସାରିଲେଣି । ଗାଁରେ କାମ ଧନ୍ଦା ମିଳୁନଥିବା ଯୋଗୁ ଗାଁର ଅଧିକାଂଶ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ନିର୍ବାଚନ ସମୟରେ ନେତା ମାନଙ୍କ ଦେଖା ମିଳିବା ସହ ମାଳ ମାଳ ପ୍ରତିଶ୍ରୁତି ମିଳିଥାଏ ହେଲେ ନିର୍ବାଚନ ପରେ କିଏ କାହାକୁ ପଚାରେ ବୋଲି ଗାଁ ଲୋକ ଅଭିଯୋଗ କରୁଛନ୍ତି । ଗାଁ ଲୋକ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇଛନ୍ତି । ହେଲେ ପ୍ରଶାସନ ଗାଁ ଲୋକଙ୍କ ସମସ୍ୟା ଦୂର ପାଇଁ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି ଗାଁ ଲୋକ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories