www.samajalive.in
Sunday, December 14, 2025
16.1 C
Bhubaneswar

ଲଘୁ ଖଣିଜ ପଦାର୍ଥର ବେଆଇନ୍ ଖନନ ଓ ପରିବହନକୁ ରୋକିବା ପାଇଁ ବ୍ୟାପକ ଚଢଉ ନିର୍ଦ୍ଦେଶ

ଭୁବନେଶ୍ୱର :  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ  ଓ୍ୱାଇ.ବି.ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ ୪ର୍ଥ ଜାତୀୟ ସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ତିନି ଦିନିଆ ୫୯ତମ ଡିଜିପି-ଆଇଜିପି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିର ଜିଲା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ।  ଡିଡିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା। ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଭିନ୍ନ ଜିଲ୍ଲାରେ ମୋବାଇଲ ନେଟ୍ଓ୍ୱାର୍କ ସୁଦୃଢୀକରଣ ଏବଂ ସଡକ ସଂଯୋଗୀକରଣ ସ୍ଥିତି ସମୀକ୍ଷା କରାଯାଇ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା  କରାଯାଇଥିଲା।
ଏଥିସହିତ  ବିକଶିତ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥନୈତିକ ସର୍ଭେ -୨୦୨୪-୨୫ ବିବରଣୀ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ତଥା ରାଜ୍ୟର ସମୃଦ୍ଧି ପାଇଁ  ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍ଥାଗତ ପରିଚାଳନା ନିୟାମକରେ ଆବଶ୍ୟକ କୋହଳ କରାଯିବା, ଉଦ୍ୟୋଗ, ନିଯୁକ୍ତି ଓ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ମିଶନ କର୍ମଯୋଗୀ ଅଧିନରେ ଆଇ-ଜିଓଟି ପ୍ଲାଟଫର୍ମରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଅଗ୍ରଗତି  ସଂପର୍କରେସେ ମଧ୍ୟ ସମୀକ୍ଷା କରିଥିଲେ।  ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଗଂଜେଇ ଚୋରା ଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ସହ ଇତି ମଧ୍ୟରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ ସହିତ ପ୍ରଶାସନ  ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଥିବା ସେ ପ୍ରକାଶ କରିଥିଲେ।
ବୈଠକରେ ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାସ୍ତରୀୟ ପଦାଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ବେଆଇନ୍ ବାଲି ଓ ପଥର ଖାଦାନରେ ଚଢ଼ାଉ କରିବା, ଉତ୍ସସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥ୍‌ସହିତ ଇ-ଟ୍ରାନଜିଟ୍ ପାସ୍ ବିନା,ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଉପଖଣ୍ଡ ସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ। ବାଲି, କଳାପଥର ଆଦିର ନୂତନ ଉତ୍ସ ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories