www.samajalive.in
Sunday, December 7, 2025
18.1 C
Bhubaneswar

ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

ବାସ୍ତୁ ଶାସ୍ତ୍ରରେ ଘରର ସାଜସଜ୍ଜା ଠାରୁ ଆରମ୍ଭ କରି ଜିନିଷ ରଖିବା, କେଉଁ ଜିିନିଷ ଘରେ ରଖିବା ଉଚିତ୍‌ ନୁହେଁ, କେଉଁ କାରଣରୁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ, ଆଦି ବର୍ଣ୍ଣନା କରାଯାଇଛି । ଏହାସହ ବାସ୍ତୁ ସମସ୍ୟାର ସମାଧାନ ମଧ୍ୟ ରହିଛି । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ସଠିକ୍‌ ଦିଗ, ସ୍ଥାନ ପ୍ରତି ଧ୍ୟାନ ଦେଲେ ଘରେ ସର୍ବଦା ସକରାତ୍ମକ ବାତାବରଣ ରହିଥାଏ । ସୁଖସମୃଦ୍ଧି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଭୁଲ୍‌ ଦିଗରେ ଭୁଲ୍‌ ଜିିନିଷ ରଖିଲେ ବାସ୍ତୁ ସମସ୍ୟା ସୃଷ୍ଟି ହେବା ସହ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । କେତେକ ବାସ୍ତୁ ଦୋଷ ପାଇଁ ମାଙ୍ଗଳିକ କାର୍ଯ୍ୟ ଓ ବିବାହରେ ବିଳମ୍ବ ହୋଇଥାଏ । ଅନେକ ଚେଷ୍ଟା କରିବା ପରେ ମଧ୍ୟ ଯୁବକ ହୁଅନ୍ତୁ ଅଥବା ଯୁବତୀଙ୍କ ବିବାହ ବାରମ୍ବାର ଭାଙ୍ଗିଥାଏ । ସମସ୍ୟା ଲାଗି ରହିଥାଏ । ଜାଣନ୍ତୁ କେଉଁ ବାସ୍ତୁ ଦୋଷ କାରଣରୁ ବିବାହରେ ଆସିଥାଏ ବାଧା..

- Advertisement -

ଭଙ୍ଗା ଜିନିଷ- ଘରେ କଦାପି ଭଙ୍ଗା ଓ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ଦ୍ୱାରା ଘରେ ସର୍ବଦା ନକରାତ୍ମକ ଶକ୍ତି ରହିଥାଏ । ବିବାହରେ ବିଳମ୍ବ ହୋଇଥାଏ ।

ମୁଖ୍ୟ ଦ୍ୱାର- ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ସର୍ବଦା ଖୋଲା ଓ ସଫା ସୁତୁରା ରଖନ୍ତୁ । ମୁଖ୍ୟ ଦ୍ୱାରକୁ କଦାପି ଭଙ୍ଗାତୁଟା ରଖନ୍ତୁ ନାହିଁ । ରଙ୍ଗ ଖରାପ ହେଲେ ନୂଆ ରଙ୍ଗ ଦିଅନ୍ତୁ ।

ଏତେତେଣେ ଜିନିଷ – ଘରର ସମସ୍ତ କକ୍ଷରେ ଏଣେତେଣେ ଜିନିଷ ପକାଇ ରଖନ୍ତୁ ନାହିଁ । ନିୟମିତ କଳହ ଝଗଡା ମଧ୍ୟ କରନ୍ତୁ ନାହିଁ । ଶାନ୍ତି ଓ ପରିଷ୍କାର ବାତାବରଣ ରହିଲେ ମାଙ୍ଗଳିକ କାର୍ଯ୍ୟ ଶୀଘ୍ର ହୋଇଥାଏ ।

ଘରର ନଳରୁ ପାଣି ଅହରହ ପଡିବା ଶୁଭଙ୍କର ନୁହେଁ । ତେଣୁ ଏଥିପାଇଁ ଧ୍ୟାନ ଦିଅନ୍ତୁ । ନଳ ଖରାପ ହେବା ମାତ୍ରେ ତୁରନ୍ତ ଏହାର ମରାମତି କରନ୍ତୁ ।

ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍‌ ୧ରୁ ନୂଆ ନିୟମ ଲାଗୁ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories