www.samajalive.in
Friday, December 12, 2025
14.1 C
Bhubaneswar

ମୋଦୀ ଓ ନବୀନ ମିଛୁଆ : ରାହୁଲ

ରାଉରକେଲା :  ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନିପାଟଣା ଓ ରାଉରକେଲାରେ ଉଭୟ କେନ୍ଦ୍ର  ଓ ରାଜ୍ୟର  ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ରାଉରକେଲାରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ରାହୁଲ ଉଭୟ ମୋଦୀ ଓ ନବୀନଙ୍କୁ ମିଛୁଆ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଉରକେଲା ଗସ୍ତ କାଳରେ ଏଠି ସୁପରସ୍ପେଶାଲିଟି ହସ୍ପିଟାଲ ହେବ ବୋଲି କହିଥିଲେ। କିନ୍ତୁ ଏ ଯାଏ ତାହା ହେଇନି । କେବଳ ଏତିକି ନୁହେଁ ବ୍ରାହ୍ମଣୀରେ ୨ୟ ସେତୁ ନିର୍ମାଣ ନିର୍ମାଣ କରାଯିବ ତାହା ମଧ୍ୟ ହୋଇନି। କେବଳ ପ୍ରତିଶ୍ରୁତି ଛଡା କେନ୍ଦ୍ର ସରକାରଙ୍କୁ ଆଉ କିଛି ଜଣା ନାହିଁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି । ମୋଦୀ ଓ ନବୀନ ଯୁଆଡେ ଯାଆନ୍ତି କେବଳ ମିଛ କହନ୍ତି ବୋଲି ରାହୁଲ ସମାଲୋଚନା କରିଛନ୍ତି।

ଅନ୍ୟ ପକ୍ଷରେ ଓଡ଼ିଶା ଗରିବ ରାଜ୍ୟ ନୁହେଁ ମାତ୍ର ଓଡ଼ିଶାର ଲୋକ ଗରିବ ବୋଲି ରାହୁଲ କହିଛନ୍ତି । ୧୯ ବର୍ଷ ଧରି ଏଠାରେ କ୍ଷମତାରେ ଥିବା ବିଜେଡି ସରକାରଙ୍କ ଅପାରଗତା ପାଇଁ ଚାଷୀଙ୍କୁ ଏଠାରେ ହକ୍ ମିଳୁନାହିଁ।  କିନ୍ତୁ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଓଡ଼ିଶାରେ ଛତିଶଗଡ ଭଳି ଜମିଅଧିଗ୍ରହଣ ବିଲ୍ ଲାଗୁ କରିବୁ। ଶିଳ୍ପ ସ୍ଥାପନ ହେବା ପୂର୍ବରୁ କୃଷକଙ୍କର ସମ୍ମତି ନିଆଯିବ। ଜମି ଅଧିଗ୍ରହଣ ସମୟରେ ବଜାର ଦରଠୁ ଚାରି ଗୁଣ ଅଧିକ ମୂଲ୍ୟ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ବିଧାନସଭା ନିର୍ବାଚନ ସମୟରେ ତିନୋଟି ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ୧୦ ଦିନରେ କୃ଼ଷି ଛାଡ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଦୁଇ ଦିନରେ  ପାଳନ କରି ଦେଖାଇଲୁ ବୋଲି ରାହୁଲ କହିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପୂର୍ବରୁ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ।  କିନ୍ତୁ ସେଥିରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ  ଓଡ଼ିଶାରେ ନବୀନ ସରକାର ମଧ୍ୟ ଓଡ଼ିଆ ଯୁବକଙ୍କୁ  ନିଯୁକ୍ତି ଦେବାରେ ସକ୍ଷମ ହୋଇ ନାହାନ୍ତି। ତେବେ ଓଡ଼ିଶା ଯୁବକଙ୍କୁ ଓଡ଼ିଶାରେ ରୋଜଗାର ଦେବା ଆମର ମୂଳ ଲକ୍ଷ୍ୟ ରହିବ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories