ଡେସ୍କ: ବାଂଲାଦେଶର ଅଭିଜ୍ଞ କ୍ରିକେଟର ମୁଶଫିକୁର ରହିମ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ବୁଧବାର ରାତିରେ ନିଜ ଅଫିସିଆଲ୍ ଫେସବୁକ୍ ପେଜରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି। ତେବେ ଟେଷ୍ଟ କ୍ରିକେଟରେ ସେ ବାଂଲାଦେଶର ପ୍ରତିନିଧିତ୍ୱ ଜାରି ରଖିବେ ବୋଲି ନିଶ୍ଚିତ କରିଛନ୍ତି। ୨୦୨୨ ସେପ୍ଟେମ୍ବରରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶ ପକ୍ଷରୁ ସର୍ବାଧିକ ଦିନିକିଆ ଖେଳିବାର ରେକର୍ଡ ମୁଶଫିକୁରଙ୍କ ନାମରେ ରହିଛି। ୫୦ ଓଭର ଫର୍ମାଟରେ ୯ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ସହ ୭ ହଜାର ୭୯୫ ରନ୍ କରି ୩୭ ବର୍ଷୀୟ ଏହି ଖେଳାଳି ଦେଶ ପାଇଁ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି। କେବଳ ତାଙ୍କ ବ୍ୟାଟିଂ ନୁହେଁ; ଦିନିକିଆରେ ୨୯୭ ରନ୍ କରିଥିବା ମୁଶଫିକୁରଙ୍କ ୱିକେଟ୍ କିପିଂ କ୍ୟାରିୟରରେ କୁମାର ସାଙ୍ଗାକାରା, ଆଡାମ ଗିଲକ୍ରିଷ୍ଟ, ମହେନ୍ଦ୍ର ସିଂହ ଧୋନି ଓ ମାର୍କ ବାଉଚରଙ୍କ ଭଳି ଖେଳାଳିଙ୍କ ପଛକୁ ସର୍ବକାଳୀନ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।
ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ବାଂଲାଦେଶୀ କ୍ରିକେଟର ମୁଶଫିକୁର ରହିମ
Popular Categories



