www.samajalive.in
Friday, December 12, 2025
23.1 C
Bhubaneswar

ବିଧାନସଭା ଝାଡୁଦାରର ୧୪ ପଦ ପାଇଁ ୪୬୦୦ ଆବେଦନ, ଆଶାୟୀଙ୍କ ମଧ୍ୟରେ ଇଂଜିନିୟର

ଚେନ୍ନଇ : ତାମିଲନାଡୁ ବିଧାନସଭା ଝାଡୁଦାର ଏବଂ ସାନିଟାରି କର୍ମୀର ମାତ୍ର ୧୪ଟି ପଦ ପାଇଁ ୪୬୦୦ଟି ଆବେଦନ ଆସିଛି। ଆବେଦକଙ୍କ ମଧ୍ୟରେ ଇଂଜିନିୟର, ଏମଟେକ, ବିଟେକ୍‍ ଏବଂ ଏମବିଏ ପଢିଥିବା ଆଶାୟୀ ଅଛନ୍ତି। ଏମାନଙ୍କ ସହ କେତେକ ଡିପ୍ଲୋମାଧାରୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି। ଡିସେମ୍ବର ୨୬ରେ ବିଧାନସଭା ସଚିବାଳୟ ପକ୍ଷରୁ ଏହି ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆବେଦକଙ୍କ ଚୟନ ପାଇଁ ଏକମାତ୍ର ଯୋଗ୍ୟତା ଶାରୀରିକ ସକ୍ଷମତା ରଖାଯାଇଥିଲା। ଏହାସହ ଆବେଦକଙ୍କ ପାଇଁ ଅନ୍ୟୁନ୍‍ ବୟସ ୧୮ ବର୍ଷ ଓ ଅଧିକତମ ବୟସ କିଛି ଦର୍ଶାଯାଇନଥିଲା। ଆବେଦନ ପାଇଁ ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ୪୬୦୭୮ଟି ଆବେଦନ ଆସିଥିଲା। ଏହାମଧ୍ୟରୁ ୬୭୭ଟି ଆବେଦନ ଖାରଜ କରିଦିଆଯାଇଥିବା ଜାଣିବାକୁ ମିଳିଛି।
ଏଭଳି ପଦ ପାଇଁ ଏମ୍‍ବିଏ୍‍, ଏମ୍‍ଟେକ୍‍ ଓ ବିଟେକ୍‍ ପାଠ ପଢିଥିବା ଛାତ୍ରଙ୍କ ଆବେଦନ ରାଜ୍ୟରେ ବେକାରୀ ସମସ୍ୟା କେତେ ବଢିଛି ତାହା ଦର୍ଶାଉଛି ବୋଲି ବିରୋଧୀମାନେ କହିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories