www.samajalive.in
Tuesday, December 9, 2025
17.1 C
Bhubaneswar

ଖୁବ୍‌ ଶୀଘ୍ର ଜୀ ସାର୍ଥକର ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’; ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦କୁ ଅପେକ୍ଷା

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଆସୁଛି ଜୀ ସାର୍ଥକର ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’। ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ରେ ପ୍ରସାରଣ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’। ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର,ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି। ଏହି କାରଣ ପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ।

ଚଳଚ୍ଚିତ୍ରର କାହାଣୀରେ ଅନେକ ଉତ୍ସୁକତା ସହ ଟର୍ଣ୍ଣ ଆଣ୍ଡ ଟ୍ବିଷ୍ଟ୍ ରହିଛି । ଏକ ବ୍ୟସ୍ତବହୁଳ ପରିବାରର କାହାଣୀ ଯାହାର ମୁଖିଆ କୋକିଳା । ନିଜର କଠୋର ଓ ଅବିଶ୍ବାସ ଶାସନ ତଳେ କୋକିଳାଙ୍କ ତିନି ପୁଅ ଅଜୟ, ବିଜୟ ଓ ଅବିବାହିତ ସଞ୍ଜୟ ଯିଏ କି ନାୟକ ଅଙ୍କିତ ଏବଂ ତିନି ବୋହୂ ହେଉଛନ୍ତି ଅନୀତା, କବିତା ଓ ସ୍ମିତା ଯିଏକି ନାୟିକା ମିତାଲି।
ସଞ୍ଜୟଙ୍କ ଜୀବନରେ ଏମିତି ଏକ ମୋଡ ଆସେ ଯେବେ ତାଙ୍କର ସ୍ମିତା ସହିତ ଦେଖାହୁଏ । ସ୍ମିତା ଜଣେ ଉତ୍ସାହୀ ଓ ମହତ୍ତ୍ବାକାଂକ୍ଷୀ ଝିଅ ଯିଏ ନିଜ ରିଲ୍ ଭିଡ଼ିଓ ଦ୍ବାରା ସମାଜର ମଙ୍ଗଳକାମନା ଚିନ୍ତା କରିଥାନ୍ତି । କିନ୍ତୁ କୋକିଳାଙ୍କ ସହ ତାଙ୍କ ଦେଖା ପରିବାରରେ ଉତ୍ତେଜନା ସୃଷ୍ଟି କରେ । ସମୟ ସହିତ କାହାଣୀ ମୋଡ ବଦଳାଏ ଯେବେ ଜଣେ ସାଧୁ ସ୍ମିତାଙ୍କୁ ନିଜର ଇଚ୍ଛା ପୂରଣ କରୁଥିବା ଏକ ଶକ୍ତି ଦିଅନ୍ତି । ହେଲେ ଏହାର ପ୍ରଭାବ କଣ ହେବ ? ଶାଶୁଙ୍କ ପରିବର୍ତ୍ତନ ହେବ କି ? କାହାଣୀରେ କିଛି ନୂଆ ଘଟିବ କି ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।

- Advertisement -

ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଙ୍କିତ ଓ ମିତାଲି । ଫିଲ୍ମର ପ୍ରଯୋଜନା ସଂସ୍ଥା ଏସ.ପି.ପି ରହିଥିବା ବେଳେ ଏହାର ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମନୋଜ ସିହ୍ନା । ପ୍ରିୟବ୍ରତ ପଣ୍ଡା ଏବଂ ମାନସ ମଲ୍ଲିକ ଚଳଚ୍ଚିତ୍ରର ଲେଖକ ଥିବାବେଳେ ଗୀତଗୁଡିକୁ ସଂଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢୀ । ସ୍ବୟଂ ପାଢ଼ୀ, ଅନ୍ତରା ଓ ଅର୍ପିତା ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ ଫିଲ୍ମରେ କଣ୍ଠଦାନ କରିଛନ୍ତି । ତେବେ ଏହି କାହାଣୀରେ ଆହୁରି ଅନେକ ଖାସ ବିଷୟବସ୍ତୁ ସହିତ ଘଟଣା ରହିଛି, ଯାହା ଆସନ୍ତା ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ ରେ ଚଳଚ୍ଚିତ୍ର “ଶାଶୁ ନୁହେଁ ସେ ସୁନାମୀ ଝଡ଼” ଦେଖିବାକୁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସୀଲ୍ ଅନୁରୋଧ କରିଛନ୍ତି ।

ବିଚିତ୍ର ମନ୍ଦିର: ଯେଉଁଠି ଭଲ ହୁଏ ରୋଗ, କେବଳ ଲୁଣ ଓ ଗୁଡରେ ଭଗବାନ ହୁଅନ୍ତି ସନ୍ତୁଷ୍ଟ,ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ..

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

ପ୍ରେମିକାର ଗଳା କାଟି, ପରେ ନିଜ ଗଳା କାଟିଲେ ଯୁବକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories