www.samajalive.in
Monday, December 8, 2025
20.1 C
Bhubaneswar

ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ନେଲେ ଜଗମୋହନ ମୀନା

ଭୁବନେଶ୍ବର: ଆଇପିଏସ୍ ଜଗମୋହନ ମୀନା ବୁଧବାର ବିଧିବଦ୍ଧ ଭାବେ ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୁଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ୨୦୨୪ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ବରକୁ ଆସିଥିଲେ ନୂଆ ଡିସିପି। ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂହଙ୍କ ସ୍ଥାନରେ ୨୦୧୧ ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ର ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ। ତେବେ ମାତ୍ର ୫ମାସ ପରେ ପିନାକ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଦାୟିତ୍ବ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ସେହିପରି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories