www.samajalive.in
Sunday, December 14, 2025
26.1 C
Bhubaneswar

୧୦୦ ବର୍ଷ ପରେ ସୂର୍ଯ୍ୟ ଗ୍ରହଣ ଓ ଶନି ଚଳନ ସହ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବଡ ପରିବର୍ତ୍ତନ..

ଜ୍ୟୋତିଷ ଶାସ୍ତ୍ରରେ ସମୟ ଅନୁଯାୟୀ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଏହି ଚଳନ କାରଣରୁ ଅନେକ ଅଦ୍ଭୁତ ସଂଯୋଗ ମଧ୍ୟ ହୋଇଥାଏ ।
ମାର୍ଚ୍ଚ ମାସରେ ଅନେକ ଶକ୍ତିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ । ୨୯ ମାର୍ଚ୍ଚରେ ଆଂଶିକ ସୂର୍ଯ୍ୟଗ୍ରହଣ ହେବାକୁ ଯାଉଛି । ଏହି ଦିନ ହିଁ ଶନି କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ ।

ସୂର୍ଯ୍ୟଗ୍ରହଣ ଓ ଶନିଙ୍କ ଚଳନର ଏହି ସଂଯୋଗ ପ୍ରାୟ ୧୦୦ ବର୍ଷ ପରେ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଦୁର୍ଲ୍ଲଭ ସଂଯୋଗ ବୋଲି ମଧ୍ୟ କୁହାଯାଏ ।

- Advertisement -

ଗୋଟିଏ ଦିନରେ ଶନିଙ୍କ ରାଶି ପରିବର୍ତ୍ତନ ଓ ସୂର୍ଯ୍ୟଗ୍ରହଣ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଭାଗ୍ୟବାନ୍‌ ହେବାକୁ ଯାଉଛନ୍ତି ।

ମିଥୁନ- ଶନିଙ୍କ ଏହି ଚଳନ ଓ ସୂର୍ଯ୍ୟଗ୍ରହଣ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭୂମି, ଜମି, ଘର କିଣିବାର ଯୋଗ ରହିଛି ।

ତୁଳା- ଅଟକି ଥିବା ଅନେକ କାମରେ ସକରାତ୍ମକ ଫଳ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟରେ ଲାଭ ହେବ ।

ଧନୁ- ଆର୍ଥିକ ସ୍ଥିତି ମଜଭୁତ ହୋଇଯିବ । ସମସ୍ତ ଋଣରୁ ମୁକ୍ତି ମିଳିବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଆୟରେ ବୃଦ୍ଧି ହେବ । ସନ୍ତାନ ସୁଖ ପ୍ରାପ୍ତି ହେବ ।

ମୀନ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଆୟରେ ବୃଦ୍ଧି ହେବ । ଚାକିରିରେ ସଫଳତା ମିଳିବ । ପଦନ୍ନୋତିର ଯୋଗ ରହିଛି । ନୂଆ ନୂଆ ସୁଯୋଗ ମିଳିବ ।

ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories