www.samajalive.in
Sunday, December 14, 2025
26.1 C
Bhubaneswar

ଜମି ପାଇଁ ଭାଗଚାଷୀଙ୍କୁ ହତ୍ୟା !

ଧାମରା: ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଜୟଦୁର୍ଗପାଟଣା ଗାଁରେ ଅଭାବନୀୟ ଘଟଣା ଘଟିଛି।ଏକ ଜମି କୁ ଜବରଦଖଲ କରିବାକୁ ନେଇ କିଛି ଗୁଣ୍ଡା ଜଣେ ଭାଗଚାଷୀ ଙ୍କୁ ହତ୍ୟା କରିଛନ୍ତି।  କନିକା ରାଜ ପରିବାର ର ଏକ ଜମିକୁ ଜୟଦୁର୍ଗପାଟଣା ଗାଁର ସମ୍ପୃକ୍ତ ଭାଗଚାଷୀ ଅମର ମାଈତି ଦୀର୍ଘ ଦିନ ହେବ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲା। ଗତକାଲି ଅମର ମାଈତି ସେହି ଜମି ରେ ମାଟି ପକାଉଥିବା ବେଳେ ଧାମରା ଗାଁର କିଛି ଅସାମାଜିକ ଯୁବକ ଅମର ମାଈତିକୁ ସଂଘବଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଅମର ମାଇତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅମର ଙ୍କ ସାନ ଭାଇ ଧାମରା ମେରାଇନ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳ ରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories