www.samajalive.in
Thursday, December 11, 2025
18.1 C
Bhubaneswar

୫ ଟଙ୍କାରେ ଚାଷୀଙ୍କୁ ବିଜୁଳି ସଂଯୋଗ

ଭୋପାଳ: ମଧ୍ୟପ୍ରଦେଶରେ କୃଷକଙ୍କୁ ମାତ୍ର ୫ ଟଙ୍କାରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଘୋଷଣା କରିଛନ୍ତି। କୃଷକ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି ଯେ ଯେଉଁ କୃଷକଙ୍କ ଚାଷ ଜମିକୁ ବିଦ୍ୟୁତ୍‌ ସଂଯୋଗ ନାହିଁ ସେମାନଙ୍କୁ ୫ ଟଙ୍କାରେ ଏହି ସୁବିଧା ଦିଆଯିବ।
ମଧ୍ୟପ୍ରଦେଶ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଏହି ଯୋଜନା ଆରମ୍ଭ କରିବ। କୃଷକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ସେମାନଙ୍କୁ ବିଦ୍ୟୁତ୍ ଜନିତ ସମସ୍ୟାରୁ ମୁକ୍ତ କରାଯିବ। ଏଥିପାଇଁ ଆଗାମୀ ୩ବର୍ଷରେ କୃଷକଙ୍କୁ ୩୦ଲକ୍ଷ ସୌରଶକ୍ତି ଚାଳିତ ପାଣି ପମ୍ପ ଯୋଗାଇ ଦିଆଯିବ। ଏହା ସହିତ କୃଷକଙ୍କ ଠାରୁ ସରକାର ବିଦ୍ୟୁତ୍ ଶକ୍ତି କିଣିବେ। କଂଗ୍ରେସ ସରକାର କ୍ଷମତାରେ ଥିବାବେଳେ ଗାଁ ଗୁଡିକରେ ଉପଯୁକ୍ତ ଭିତ୍ତିଭୂମି, ରାସ୍ତା, ବିଦ୍ୟୁତ୍ ସଂଯୋଗ ସୁବିଧା ନଥିଲା। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏଥିରେ ସୁଧାର ଆସିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories