www.samajalive.in
Saturday, December 13, 2025
26.1 C
Bhubaneswar

ଆଠଗଡ ହାତୀ ମୃତ୍ୟୁ ଘଟଣା: ବନବିଭାଗର କାର୍ଯ୍ୟାନୁଷ୍ଠାନ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ନିକଟରେ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ୪-୫ ବର୍ଷିୟା ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ରବିବାର ସକାଳେ ଘଟିଥିବା ଏହି ଘଟଣାରେ ଆଠଗଡ ସଦର ରେଞ୍ଜର ଓ କନ୍ଦରପୁର ବିଟ ବନରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ୫ ଜଣ ହାତୀ ଜଗୁଆଳିଙ୍କୁ ଅସ୍ଥାୟୀ ରୂପେ କାର୍ଯ୍ୟାନ୍ତର କରାଯାଇଛି ବୋଲି ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ରବିବାର ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ବିଟ୍ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। କୂଅରେ ପାଣି ଭର୍ତ୍ତି ଥିବାରୁ ହାତୀଟି ସେଥିରେ ବୁଡିରହିଥିଲା। ଏବେ ପାଣି ଶୁଖି କମିଯିବା ପରେ ସେ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ସ୍ଥାନୀୟ କିଛି ଲୋକ ଗନ୍ଧ ବାରି ଉକ୍ତ କୂଅ ନିକଟକୁ ଯିବା ପରେ ସେଥିରେ ହାତୀର ଗଳିତ ମୃତଦେହ ଭାସୁଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଆଠଗଡ ଡିଏଫଓ ଙ୍କ ସମେତ ସଦର ରେଞ୍ଜର ରବିନ୍ଦ୍ର କୁମାର ନାୟକ, ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲେ। ତେବେ ଏହି ଘଟଣାରେ ଆଠଗଡ ସଦର ରେଞ୍ଜର ଓ କନ୍ଦରପୁର ବିଟ ବନରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories