www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ ଭାଗ ହେଉଛି ୟୁରୋପ ! ଜାଣନ୍ତୁ, କାହା ପଟକୁ ଢଳୁଛନ୍ତି ବିଶ୍ଵ ନେତା…

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ସହିତ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଅର୍ଥନୈତିକ ଅଗ୍ରଗତି ଲାଗି ଦୁଇ​‌ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭୋଲଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ବେଳେ ପ୍ରବଳ ଯୁକ୍ତିତର୍କ ହୋଇଛି। ଶେଷରେ ଟ୍ରମ୍ପଙ୍କ ଅନୁରୋଧକ୍ରମେ ଜେଲେନସ୍କିଙ୍କୁ ହ୍ବାଇଟ ହାଉଟ ହାଉସରୁ ଚାଲିଯିବାକୁ ପଡ଼ିଛି। ଉଭୟଙ୍କ ଆଲୋଚନା ସମୟର ଦୃଶ୍ୟ ଏବେ ସାରା ବିଶ୍ଵକୁ ଚକ୍କିତ କରିଛି। ଘଟଣା ପରେ ୟୁରୋପ ମଧ୍ୟରେ ଫାଟ ସୃଷ୍ଟି ହେଲାଣି। ଜେଲେନସ୍କିଙ୍କୁ ନିଜ ଦେଶବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲାବେଳେ ଆଉ କିଛି ସମର୍ଥନ ବି କରିଛନ୍ତି। କିନ୍ତୁ ଏହି ଘଟଣା ପରେ ବିଶ୍ଵନେତା ବିଶେଷକରି ୟୁରୋପୀୟ ଦେଶଗୁଡ଼ିକର ନେତାମାନେ କାହା ପଟକୁ ଢଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। କିଛି ୟୁରୋପୀୟ ଦେଶ ଟ୍ରମ୍ପଙ୍କୁ ସମର୍ଥନ କରୁଥିଲା ବେଳେ ଅଧିକାଂଶ ଜେଲେନସ୍କିଙ୍କୁ ପ୍ରଶଂସା କରିଛନ୍ତି।

ୟୁରୋପୀୟ ସଂଘ: ୟୁରୋପୀୟ ସଂଘ ଆୟୋଗ ସଭାପତି ଉର୍ସୁଲା ଭନ ଡେର୍‌ ଲିୟେନ ୟୁକେୟନ ପ୍ରତି ନିଜର ସମର୍ଥନ ନିଶ୍ଚିତ କରିଛନ୍ତି। ସେ ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣଙ୍କ ମର୍ଯ୍ୟାଦା ୟୁକ୍ରେନବାସୀଙ୍କ ସାହସିକତାର ସମ୍ମାନ ପରିଚୟ। ଦୃଢ଼ ହୁଅନ୍ତୁ, ସାହସୀ ହୁଅନ୍ତୁ, ନିର୍ଭୟ ରୁହନ୍ତୁ। ଆମେ ଆପଣଙ୍କ ସହିତ କାର୍ଯ୍ୟ ଜାରି ରଖିବୁ।

- Advertisement -

ୟୁରୋପୀୟ ସଂଘର ବରିଷ୍ଠ ରାଷ୍ଟ୍ରଦୂତ କାଜା କାଲାସ ୟୁରୋପୀୟ ସଂଘ ଏବଂ ୱାଶିଂଟନ ମଧ୍ୟରେ ରହିଥିବା ମେଣ୍ଟରେ ଆମେରିକାର ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁକ୍ତ ବିଶ୍ଵ(ଫ୍ରି ୱାର୍ଲ୍ଡ) ଏକ ନୂଆ ନେତୃତ୍ଵ ଆବଶ୍ୟକ କରୁଛି। ଏହା ଆମମାନଙ୍କ ଉପରେ ନିର୍ଭର କରୁଛି, ୟୁରୋପୀୟମାନେ ଏହି ଆହ୍ବାନକୁ ସ୍ବୀକାର କରିବା ଦରକାର।

ଫ୍ରାନ୍ସ: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ କହିଛନ୍ତି, ରୁଷ ହେଉଛି ଆକ୍ରମଣକାରୀ ଦେଶ। ୟୁକ୍ରେନବାସୀ ହେଉଛନ୍ତି ପୀଡ଼ିତ। ଆମେ ୟୁକ୍ରେନ ସହିତ ରହିଛି ଏବଂ ସହଯୋଗ ଜାରି ରଖିବୁ। ଟ୍ରମ୍ପ ୩ୟ ବିଶ୍ଵଯୁଦ୍ଧ ପାଇଁ ଜେଲେନସ୍କିଙ୍କୁ ଦାୟୀ କରୁଛନ୍ତି। କିନ୍ତୁ ଜେଲେନସ୍କି ନୁହନ୍ତି, ଟ୍ରମ୍ପ ନିଜେ ୩ୟ ବିଶ୍ଵଯୁଦ୍ଧ ପାଇଁ ଖେଳ ଖେଳୁଛନ୍ତି ମାକ୍ରନ କହିଛନ୍ତି।

ଜର୍ମାନୀ: ଜର୍ମାନୀର ନୂଆ ସରକାରର ନେତୃତ୍ଵ ନେବାକୁ ଯାଉଥିବା ଫ୍ରେଡରିକ ମର୍ଜ ମଧ୍ୟ ୟୁକ୍ରେନ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ସେ ରୁଷ-ୟୁକ୍ରେନ ଯୁଦ୍ଧରେ ଆକ୍ରମଣକାରୀ ଏବଂ ପୀଡ଼ିତଙ୍କୁ ଚିହ୍ନିବାରେ କେବେ ଦ୍ବନ୍ଦ୍ବରେ ପଡ଼ିବେ ନାହିଁ ବୋଲି କହିଛନ୍ତି। ଜର୍ମାନୀର ବିଦାୟୀ ଚାନ୍‌ସେଲର ଓଲାଫ ସ୍କଲ୍‌ଜ ମଧ୍ୟ ୟୁକ୍ରେନ ପ୍ରତି ସମର୍ଥନ ଜଣାଇଛନ୍ତି।

ହଙ୍ଗେରୀ: ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅରବାନ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଦୃଢ଼ ସମ୍ପର୍କ ରଖିଥିବା ଭିକ୍ଟର ଯୁଦ୍ଧ ବଦଳରେ ଶାନ୍ତି ପାଇଁ ଉଦ୍ୟମ କରିଥିବା ଟ୍ରମ୍ପଙ୍କ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଶକ୍ତିଶାଳୀ ଲୋକ ଶାନ୍ତି ସ୍ଥାପନ କରନ୍ତି, ଦୁର୍ବଳ ଯୁଦ୍ଧ ସୃଷ୍ଟି କରନ୍ତି।

ଇଟାଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ବର୍ତ୍ତମାନର ସମୟକୁ ଜଟିଳତାର ସମୟ ବୋଲି ଦର୍ଶାଇଛନ୍ତି। କାଳ ବିଳମ୍ବ ନ କରି ତୁରନ୍ତ ଆମେରିକା, ୟୁରୋପ ଏବଂ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ଏକ ବୈଠକ କରିବାକୁ ଜୋର ଦେଇଛନ୍ତି। ୟୁକ୍ରେନ ଯୁଦ୍ଧକୁ କିପରି ମୁକାବିଲା କରାଯାଇପାରିବ ତାହା ଉପରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ପୋଲାଣ୍ଡ: ପୋଲାଣ୍ଡ ମଧ୍ୟ ୟୁକ୍ରେନବାସୀଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି। ଆପଣମାନେ ଏକୁଟିଆ ନାହାନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି।

ରୁଷ: ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ନିରାପତ୍ତା ପରିଷଦ ଉପାଧ୍ୟକ୍ଷ ଡିମିତ୍ରୀ ମେଦଭେଦେଭ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ପ୍ରଥମ ଥର ଲାଗି ୟୁକ୍ରେନକୁ ଉଚିତ ଜବାବ ଦେଇଛନ୍ତି।

ବ୍ରିଟେନ: ଅନ୍ୟ ୟୁରୋପୀୟ ନେତାଙ୍କ ଭଳି ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ମଧ୍ୟ ୟୁକ୍ରେନ ପ୍ରତି ନିଜର  ସମର୍ଥନ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories