www.samajalive.in
Sunday, December 14, 2025
15.1 C
Bhubaneswar

ଓସ୍କାର ବିଜୟୀ ଅଭିନେତା ଜେନି ହ୍ୟାକମ୍ୟାନ ଓ ପତ୍ନୀଙ୍କ ମୃତ୍ୟୁ, ଘରୁ ମିଳିଲା ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଓସ୍କାର ବିଜୟୀ ଅଭିନେତା ଜେନି ହ୍ୟାକମ୍ୟାନ(୯୫)ଙ୍କ ମୃତ୍ୟୁ ଘଟିଛି। ଜେନିଙ୍କ ସମେତ ତାଙ୍କ ପତ୍ନୀ ବେଟସୀ ଅରାକାୱାଙ୍କ ମୃତଦେହକୁ ପୁଲିସ ନ୍ୟୁ ମେକ୍ସିକୋର ସାଣ୍ଟା ଫେ’ସ୍ଥିତ ସେମାନଙ୍କ ଘରୁ ବୁଧବାର ଜବତ କରିଛି। ସେମାନଙ୍କ ମୃତ୍ୟୁର କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ନ ଥିବାରୁ ଉଭୟଙ୍କ ମୃତ୍ୟୁକୁ ନେଇ ପୁଲିସ ଦ୍ବନ୍ଦ୍ବରେ ରହିଛି। ଅନ୍ୟପଟେ ଜେନିଙ୍କ ମୃତ୍ୟୁ ଫେବୃୟାରୀ ୧୭ରେ ହୋଇଥିବା କୁହାଯାଇଛି। ଜେନିଙ୍କଠାରେ ଲାଗିଥିବା ପେସମେକରରୁ ଏହା ସ୍ପଷ୍ଟ ହୋଇଛି। ଫେବୃୟାରୀ ୧୭ରେ ହିଁ ପେସମେକର ଶେଷ ଥର ପାଇଁ କାର୍ଯ୍ୟକ୍ଷମ ଥିଲା।

ଏହି ଦମ୍ପତି ଅତ୍ୟନ୍ତ ଗୋପନୀୟ ଜୀବନଯାପନ କରୁଥିଲେ। ତେଣୁ ଉଭୟଙ୍କ ମୃତ୍ୟୁ ବିଷୟରେ କେହି ଜାଣିପାରି ନ ଥିଲେ। ଜଣେ ମେଣ୍ଟେନାନ୍ସ କର୍ମଚାରୀ ଗତ ବୁଧବାର ଜେନି ରହୁଥିବା ଘର ସଫା କରିବାକୁ ଆସିଥିଲେ। କିନ୍ତୁ ସେ ଅନେକ ସମୟ ଧରି ଜେନିଙ୍କୁ ଦେଖିବାକୁ ପାଇ ନ ଥିଲେ। ଗୋଟିଏ କୋଠରୀ ଭିତରପଟୁ ବନ୍ଦ ରହିଥିଲା, ଯାହା ତାଙ୍କୁ ସନ୍ଦେହରେ ପକାଇଥିଲା। ତେଣୁ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଉକ୍ତ କୋଠରୀ ଖୋଲିବା ପରେ ଜେନି ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ଜେନି ୮୦ ଓ ୯୦ ଦଶକରେ ଜଣେ ଖ୍ୟାତନାମା ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିଥିଲେ। ସେ ଦୁଇ ଥର ଓସ୍କାର ପୁରସ୍କାର ବିଜୟୀ ହୋଇଛନ୍ତି। ୧୯୭୧ ମସିହାର ‘ଦ ଫ୍ରେଞ୍ଚ କନେକ୍ସନ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ୧୯୯୨ ମସିହାର ‘ଅନଫରଗିଭେନ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହକାରୀ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories