www.samajalive.in
Saturday, December 6, 2025
23.1 C
Bhubaneswar

କାଶ୍ମୀର ଏକତା ଦିବସ ପାଳନ କଲା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନ ମଙ୍ଗଳବାର କାଶ୍ମୀର ଏକତା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ବହୁ ମନ୍ତ୍ରୀ ଓ ବରିଷ୍ଠ ନେତାମାନେ କାଶ୍ମୀର ପାଇଁ ଦରଦ ପ୍ରକାଶ କରିଛନ୍ତି। ଭାରତ କାଶ୍ମୀର ଉପତ୍ୟକାରେ ଦମନ ନୀତି ଚଳାଇଥିବା ଓ ଲୋକଙ୍କୁ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିବା ସହ କାଶ୍ମୀରବାସୀଙ୍କୁ ସ୍ବାଧୀନତା ପାଇଁ ସମର୍ଥନ ଜଣାଇଛନ୍ତି। ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।
ପାକିସ୍ତାନ ରାଷ୍ଟ୍ରପତି ଅରିଫ ଆଲ୍‌ଭି ମୁଜାଫରବାଦସ୍ଥିତ ପାକ୍‌ଅଧିକୃତ କାଶ୍ମୀରର ଲେଜିସିଲେଟିଭ ଆସେମ୍ବ୍ଲିରେ ଉଦ୍‌ବୋଧନ ଦେଇ କାଶ୍ମୀରବାସୀଙ୍କ ଅଧିକାର ଅକ୍ଷୁଣ୍ଣ ରଖିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କାଶ୍ମୀରର ଭାଇ-ଭଉଣୀଙ୍କ ପ୍ରତି ପାକିସ୍ତାନର ସମସ୍ତ ସମର୍ଥନ ରହିଥିବା ଓ ପ୍ରଚଳିତ ନୀତିରେ କୌଣସି ପରିବର୍ତ୍ତନର ଆଶଙ୍କା ନ ଥିବା ଅରିଫ ପ୍ରତିଶ୍ରୁତି ଦେଇଛନ୍ତି। ​ସେମାନଙ୍କ ଆତ୍ମନିର୍ଦ୍ଧାରଣ ସଂଗ୍ରାମ ସହିତ ପାକିସ୍ତାନ ସଦାସର୍ବଦା ରହିଛି ଓ ରହିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ କାଶ୍ମୀର ଉପତ୍ୟକାରେ ଭାରତର ଦମନମୂଳକ ନୀତି ଚଳାଇଥିବା କହିଛନ୍ତି। ଦୀର୍ଘ ୭ଦଶନ୍ଧି ଧରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ନେଇ ସେ ଭାରତକୁ ଦୋଷାରୋପ କରିଛନ୍ତି। ଲଣ୍ଡନରେ ଥାଇ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ସମାନ ମତ ପୋଷଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନରେ ସରକାରୀ ଭାବେ ବିଭିନ୍ନ ଉତ୍ସବାନୁଷ୍ଠାନ ପାଳିତ ହୋଇଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories