www.samajalive.in
Saturday, December 6, 2025
26.1 C
Bhubaneswar

ଏନ୍ଆରସି ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଆସାମରେ ଚାଲିଥିବା ଏନ୍‌ଆରସି କାର୍ଯ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଧ୍ବଂସ କରୁଥିବା କୋର୍ଟ ହୃଦଙ୍ଗମ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ ବିଚାରପତି ରୋହିନଟନ୍‌ ନରିମାନ୍‌ଙ୍କ ପୀଠ କହିଛନ୍ତି। କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ଆଳରେ ଏନ୍‌ଆରସି କାର୍ଯ୍ୟ ଦୁଇ ସପ୍ତାହ ପାଇଁ ବନ୍ଦ ରଖିବାକୁ ଚାହୁଁଥିବା ପରିପ୍ରେକ୍ଷୀରେ ପୀଠ ଏଭଳି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ବାଚନ ଓ ଏନ୍‌ଆରସି କାର୍ଯ୍ୟ ଏକକାଳୀନ ଚାଲିଲେ ସୁରକ୍ଷାକର୍ମୀଙ୍କ ଅଭାବଜନିତ ସମସ୍ୟା ଉପୁଜିବ ବୋଲି ଦର୍ଶାଇଲାବେଳେ ସେଭଳି କୌଣସି ସମସ୍ୟା ସୃଷ୍ଟିହେଲା ଭଳି ଦୃଶ୍ୟମାନ ହେଉ ନ ଥିବା କହିଛନ୍ତି ଜଷ୍ଟିସ ଗୋଗଇ। ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ଯୁକ୍ତି କରିଥିଲେ ମଧ୍ୟ ପ୍ରଧାନ ବିଚାରପତି ଏହାକୁ ଗ୍ରହଣ କରି ନାହାନ୍ତି। ସରକାର ଚାହିଁଲେ ୁଭୟ କାର୍ଯ୍ୟ ଏକା ସମୟରେ ହୋଇପାରିବ ବୋଲି ପୀଠ କହିଛନ୍ତି।
ସୁପ୍ରିମକୋର୍ଟ ଗତ ଜାନୁଆରୀ ୨୪ରେ ଏନ୍‌ଆରସି କାର୍ଯ୍ୟ ଶେଷ ପାଇଁ ଜୁଲାଇ ୩୧କୁ ଚୂଡ଼ାନ୍ତ ଦିନ ଭାବେ ଧାର୍ଯ୍ୟ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଏଥିରେ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ। ଏ ସମ୍ପର୍କରେ କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ଏଥିପାଇଁ ଆଉ ଅଧିକ ସମୟ ଦେଇ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଓ ଏନ୍‌ଆରସି କାର୍ଯ୍ୟ କିଭଳି ଏକା ସମୟରେ ଚାଲିପାରିବ ସେ ସମ୍ପର୍କରେ ବୈଠକ କରି ନିଷ୍ପତ୍ତି ନେବାକୁ ଏନ୍‌ଆରସି ରାଜ୍ୟ ଆବାହକ ପ୍ରତୀକ ହାଜରା, ନିର୍ବାଚନ କମିସନ ସଚିବ ଓ ଆସାମ ମୁଖ୍ୟ ଶାସନ ସଚିବଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି। ଏହି ବୈଠକ ସମ୍ପର୍କରେ କୋର୍ଟକୁ ଅବଗତ କରାଇବାକୁ ମଧ୍ୟ ପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସାମରେ ଏନ୍‌ଆରସି କାର୍ଯ୍ୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହିତ ମୋଟ ୩୦୦୦ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ନିର୍ବାଚନ ସମୟରେ ୨୭୦୦କମ୍ପାନୀ ଅର୍ଦ୍ଧସାମରିକ ବାହିନୀର ଆବଶ୍ୟକତା ରହିଛି। ଏନ୍‌ଆରସି ପାଇଁ ଆଉ ୧୬୭ କମ୍ପାନୀ ସୁରକ୍ଷାକର୍ମୀ ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଉଛି। ସୁପ୍ରିମକୋର୍ଟ କହିବାନୁସାରେ ଏତିକି ପାଇଁ କୌଣସି ଅସୁବିଧା ହେବ ନାହିଁ। ରାଜ୍ୟରେ ବିଭିନ୍ନ ପଦରେ କାର୍ଯ୍ୟ କରୁଥିବା ୩୪୫୭ଅଧିକାରୀଙ୍କୁ ଜୁଳାଇ ୩୧ପର୍ଯ୍ୟନ୍ତ ବଦଳି ନ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories