www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ଶିବ ଧ୍ୱଜା ଉତ୍ତୋଳନ

କେନ୍ଦୁଝରଗଡ଼: ଡିଏନ ହାଇସ୍କୁଲ ସମ୍ମୁଖସ୍ଥ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବୁଧବାର ଶିବଧ୍ୱଜାକୁ ଜିଲାପରିଷଦ ସଭାପତି ସାଗରିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତୋଳନ କରିଛନ୍ତି। ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ମମତାରାଣୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସର ମହତ୍ଵ ସମ୍ପର୍କରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କ ଶୁଭକାମନା ଜଣାଇଥିଲେ। କେନ୍ଦୁଝର ଶାଖା କାର୍ଯ୍ୟାଳୟ ସହସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଏହି ଅବସରରେ ୮୯ତମ ତ୍ରୀମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବର ଶୁଭକାମନା ପ୍ରଦାନ ଅବସରରେ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାରଙ୍କ ପକ୍ଷରୁ ଶିବଙ୍କ ମଙ୍ଗଳ ସନ୍ଦେଶ ପ୍ରଦାନ ସହ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକୁନା ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ଯୋଗଦେଇ ଶିବ ରାତ୍ରିର ମହତ୍ତ୍ୱ ସମ୍ପର୍କରେ ସନ୍ଦେଶ ପ୍ରଦାନ କରିଥିଲେ। କେନ୍ଦୁଝର ଶାଖା କାର୍ଯ୍ୟାଳୟର ସହସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ସ୍ୱାତୀ, ବିନତା, ମିକୁ, ସରୋଜିନୀ, ମିନତୀ, ବ୍ରହ୍ମାକୁମାର କୁଳମଣୀ, କୃତ୍ତିବାସ, ଲୋକନାଥ, ସତ୍ୟ, ଝରିଲାଲ, ରାଜକିଶୋର, ପିତବାସ, ଜଗବନ୍ଧୁ, ଘନଶ୍ୟାମ ପ୍ରମୁଖ ସହଯୋଗ କରିଥିଲେ। ଅପରାହ୍ନରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖାର ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ଜିଲା କାରାଗାରରେ ପହଞ୍ଚି ଶିବ ଧ୍ୱଜ ଉତ୍ତୋଳନ ସହ ସେଠାକାର ଅନ୍ତେବାସୀଙ୍କୁ ପ୍ରସାଦ ବଣ୍ଟନ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories