www.samajalive.in
Friday, December 5, 2025
20.1 C
Bhubaneswar

୨୯ଟି ଆପକୁ ପ୍ଲେ-ଷ୍ଟୋରରୁ ଅପସାରଣ କଲା ଗୁଗୁଲ

ନୂଆଦିଲ୍ଲୀ: ସମ୍ପ୍ରତ୍ତି କିଛି ସନ୍ଦେହଜନକ ଆପ ଉପରେ ଗୁଗୁଲ ପ୍ରତିବନ୍ଧକ ଲଗାଇଛି। ଏହି ଆପଗୁଡ଼ିକ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିବା, ସେଗୁଡ଼ିକ ନିଜସ୍ୱ ସର୍ଭରରେ ସେଭ କରିବା ପରି କାର୍ଯ୍ୟରେ ଲିପ୍ତ ଥିବାରୁ ଗୁଗୁଲ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉପଭୋକ୍ତାଙ୍କ ମୋବାଇଲରୁ ଫଟୋ ଚୋରି କରୁଥିବା କିଛି ଆପକୁ ମଧ୍ୟ ଗୁଗୁଲ ପ୍ଲେ-ଷ୍ଟୋରରୁ ଅପସାରଣ କରିଛି। ସାଇବର ସୁରକ୍ଷା ସଂସ୍ଥା ଟ୍ରେଣ୍ଡ ମାଇକ୍ରୋ ଦ୍ୱାରା ଜାରି ଏକ ଗବେଷଣାରେ ଗୁଗୁଲ ଆପରେ ୨୯ଟି ଏଭଳି ଆପ ଚିହ୍ନଟ କରାଯାଇ ଥିଲା। ଏହି ଆପଗୁଡ଼ିକ ଆଣ୍ଡ୍ରଏଡ଼ ଫୋନରେ କ୍ୟାମେରା ସମ୍ପର୍କିତ। ଯଦି ଆପଣଙ୍କ ମୋବାଇଲରେ ନିମ୍ନୋକ୍ତ ଆପ ପୂର୍ବରୁ ରହିଯାଇଛି ତାହା ଡିଲିଟ କରିଦେବାକୁ ଗୁଗୁଲ ପକ୍ଷରୁ ଚେତାବନୀ ଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ ପ୍ରୋ କ୍ୟାମେରା ବ୍ୟୁଟି, କାର୍ଟୁନ ଆର୍ଟ ଫଟୋ, ଇମୋଜୀ କ୍ୟାମେରା, ଆଟିଷ୍ଟିକ ଇଫେକ୍ଟ ଫିଲଟାର, ଆର୍ଟ ଏଡିଟର, ବ୍ୟୁଟି କ୍ୟାମେରା, ସେଲ୍ଫି କ୍ୟାମେରା ପ୍ରୋ, ହରିଜୋନ ବ୍ୟୁଟି କ୍ୟାମେରା, ସୁପର କ୍ୟାମେରା, ଆର୍ଟ ଇଫେକ୍ଟ ଫର ଫଟୋ, ଅସମ୍‍ କାର୍ଟୁନ ଆର୍ଟ, ଆର୍ଟ ଫିଲଟର ଫଟୋ, ଆର୍ଟ ଫିଲଟାର ଫଟୋ ଇଫେକ୍ଟ, କାର୍ଟୁନ ଇଫେକ୍ଟ, ଫଟୋ ଏଡିଟର, ୱାଲପେପର ଏଚ୍‍ଡି, ମେଜିକ ଆର୍ଟ ଫିଲଟାର ଫଟୋ ଏଡିଟର, ଫିଲ ଆର୍ଟ ଫଟୋ ଏଡିଟର, ଆର୍ଟ ଫ୍ଲିପ୍‍ ଫଟୋ ଏଡିଟିଂ, ଆର୍ଟ ଫିଲଟର, କାର୍ଟୁନ ଆର୍ଟ ଫଟୋ, ପ୍ରିଜମା ଫଟୋ ଇଫେକ୍ଟ, କାର୍ଟୁନ ଆର୍ଟ ଫଟୋ ଫିଲଟର, ଆର୍ଟ ଫିଲଟର ଫଟୋ ଏଡିଟର, ପିକ୍ସଚର, ଆର୍ଟ ଇଫେକ୍ଟ, ଫଟୋ ଆର୍ଟ ଇଫେକ୍ଟ, କାର୍ଟୁନ ଫଟୋ ଏଡିଟର ପ୍ରମୁଖ ପ୍ଲେ ଷ୍ଟୋରରୁ ଡିଲିଟି କରିଦିଆଯାଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories