www.samajalive.in
Saturday, December 13, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡକୁ ୨୩୭ ରନର ଟାର୍ଗେଟ ଦେଲା ବାଂଲାଦେଶ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ସୋମବାର ମ୍ୟାଚରେ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଛନ୍ତି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଇଛି।

ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୬ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ସାଣ୍ଟୋ ସର୍ବାଧିକ ୭୭ ରନ କରିଥିଲେ। ସାଣ୍ଟୋଙ୍କ ଅର୍ଦ୍ଧଶତକ ଏବଂ ଜାକେର ଅଲିଙ୍କ ୪୫ ରନ ବଳରେ ବାଂଲାଦେଶ ୨୩୬ ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସୱେଲ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ୱିଲ ଓ’ ରୁର୍‌କେ ୨ଟି ଏବଂ ମ୍ୟାଟ ହେନରୀ ଓ କାଇଲ ଜେମିସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

ଜବାବରେ ନ୍ୟୁଜିଲାଣ୍ଡ ଲଢୁଆ ବ୍ୟାଟିଂ ଜାରି ରଖିଛି। ଦଳ ମାତ୍ର ୧୫ ରନରେ ୨ଟି ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଡେଭନ କନୱେ ଏବଂ ରଚିନ ରବୀନ୍ଦ୍ର ଦଳର ସ୍ଥିତିକୁ ସମ୍ଭାଳିଥିଲେ। ପରେ କନୱେ ୩୦ ରନରେ ଆଉଟ ହୋଇଯାଇଥିଲେ। ରଚିନ ୮୫ ଏବଂ ଟମ ଲାଥାମ ୩୦ ରନ କରି ବ୍ୟାଟିଂ ଜାରି ରଖିଛନ୍ତି। ୩୨ ଓଭର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଉଇକେଟ ହରାଇ ୧୫୪ ରନ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories