ସମୁଦ୍ର କୂଳରେ ଜାହାଜର ଯନ୍ତ୍ରାଂଶ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର -ପୋଡମପେଟା ସମୁଦ୍ର କୂଳରେ ଜାହାଜରେ ବ୍ୟବହାର ହେଉଥିବା ଏକ ଲୁହା ଯନ୍ତ୍ରାଂଶ ପଡିଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିଲା । ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଖବରପାଇ ନୌବାହିନୀ, କୋଷ୍ଟ ଗାର୍ଡ ପଦାଧିକାରୀ ପହଞ୍ଚି ଏହା ଜାହାଜରେ ବ୍ୟବହୃତ ହେଉଥିବା ଏକ ଯନ୍ତ୍ରାଂଶ ବୋଲି ସୂଚନା ଦେଇଛନ୍ତି । କୌଣସି କାରଣରୁ ଏହା ବିଚ୍ଛିନ୍ନ ହୋଇ ଭାସି ଆସି କୂଳରେ ଲାଗିଥିବା କୁହାଯାଇଛି ।

Comments are closed.