www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସକୁ ନାଲିଆଖି ଦେଖାଇଲେ ଥରୁର

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେରଳରେ ପିନାରାୟୀ ବିଜୟନଙ୍କ ନେତୃତ୍ଵାଧୀନ ଏଲଡିଏଫ ସରକାରର ପ୍ରଶଂସା କରି ନିଜ ଦଳର ଟାର୍ଗେଟକୁ ଆସିଛନ୍ତି କଂଗ୍ରେସ ନେତା ଶଶୀ ଥରୁର। ତେବେ ହାଇକମାଣ୍ଡଙ୍କ ତାଗିଦା ପରେ ସେ କଂଗ୍ରେସକୁ ନାଲିଆଖି ଦେଖାଇବାକୁ ପଛାଇନାହାନ୍ତି। ସେ କଂଗ୍ରେସ ପାଇଁ ସର୍ବଦା ଉପଲବ୍ଧ ଅଛନ୍ତି ବୋଲି କହିଛନ୍ତି। ତା ସହିତ ଚେତାବନୀ ଦେଇ କହିଛନ୍ତି, ଯଦି ଦଳକୁ ତାଙ୍କର ଆବଶ୍ୟକତା ନାହିଁ, ତେବେ ତାଙ୍କ ନିକଟରେ ବିକଳ୍ପ ଉପଲବ୍ଧ ଅଛନ୍ତି। ତେବେ ଏକ ପଡକାଷ୍ଟରେ ଥରୁର ଦଳ ବଦଳାଇବା କଥାକୁ ଖଣ୍ଡନ କରିଛନ୍ତି। ଦଳ ସହିତ ତାଙ୍କର ମତଭେଦ ହୋଇଥାଇପାରେ, କିନ୍ତୁ ସେ କଂଗ୍ରେସ ଛାଡ଼ିବା କଥା ଚିନ୍ତା କରୁନାହାନ୍ତି।

ଥରୁର ନିକଟରେ କିଛି ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ ପ୍ରଥମେ କେରଳ ସରକାରଙ୍କ ନୀତିକୁ ପ୍ରଶଂସା କରିଥିଲେ। ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ପ୍ରଶଂସା କରିଥିଲେ, ଯାହା କଂଗ୍ରେସ ଏବଂ ଏହାର ବରିଷ୍ଠ ନେତାମାନଙ୍କୁ ଖଟକା ଲାଗିଥିଲା। ସେ କେରଳରେ ଦଳୀୟ ନେତୃତ୍ଵକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହା ପରେ ଦଳର କେରଳ ଶାଖାର ମୁଖପତ୍ରରେ ଥରୁରଙ୍କୁ ସମାଲୋଚନା ପୂର୍ବକ ଏକ ଲେଖା ଛପାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories