www.samajalive.in
Sunday, December 14, 2025
26.1 C
Bhubaneswar

କୁଳଦୀପଙ୍କ କମାଲ, ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ଭାରତ-ପାକିସ୍ତାନ ମହାମୁକାବିଲାରେ ଟିମ ଇଣ୍ଡିଆର ସ୍ପିନରମାନେ କମାଲ ଦେଖାଇଛନ୍ତି। ବଡ଼ ସ୍କୋର ଅଭିମୁଖେ ଯାତ୍ରା କରୁଥିବା ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ସଫଳ ହୋଇଛନ୍ତି ଭାରତୀୟ ସ୍ପିନର। କୁଳଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ସାଙ୍ଗକୁ ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ଗୁଗଲି ପାକ୍ ବ୍ୟାଟ୍ସମ୍ୟାନମାନଙ୍କୁ ଅକଳରେ ପକାଇଛି। ଫଳରେ ଦଳ ୪୬ ଓଭର ଖେଳ ଶେଷ ସୁଦ୍ଧା ୭ ଉଇକେଟ ବିନିମୟରେ ୨୧୬ ରନ କରି ବ୍ୟାଟିଂ ଜାରି ରଖିଛି। ସଉଦ ସକୀଲ ସର୍ବାଧିକ ୬୨ ଏବଂ ଅଧିନାୟକ ମହମ୍ମଦ ରିଜୱାନ ୪୬ ରନ କରିଥିବାବେଳେ ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିପାରି ନ ଥିଲେ। ଭାରତ ପକ୍ଷରୁ କୁଳଦୀପ ୩ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଉଇକେଟ ନେଇଥିବା ବେଳେ ଜାଡେଜା ଏବଂ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories