www.samajalive.in
Sunday, December 14, 2025
23.1 C
Bhubaneswar

ତାଞ୍ଜାନିଆ ଓ କୁଏତରେ ପହଞ୍ଚିଲା ‘ଛି ଛି ଛିରେ ନନୀ..’

ସମାଜ ଡିଜିଟାଲ ଡେସ୍କ: ଛି ଛି ଛିରେ ନନୀ… ଏହି ଗୀତଟି ଏବେ ଚାରିଆଡେ ଚହଳ ପକାଇଛି। ୧୯୯୪ ମସିହାରେ ଲିଖିତ ଓ ୨୦୦୪ରେ ମ୍ୟୁଜିକ୍ ଭିଡିଓ ନିର୍ମାଣ କରାଯାଇଥିବା ଏହି କୋରାପୁଟିଆ ଦେଶିଆ ଗୀତ ଖାଲି ଓଫିଶା କାହିଁକି ସାରା ବିଶ୍ବରେ ଲୋକପ୍ରିୟତାର ଏଭରେଷ୍ଟ ଛୁଇଁ ସାରିଛି, ଯାହାର ପ୍ରମାଣ ଆଫ୍ରିକୀୟ ମହାଦେଶ ତାଞ୍ଜାନିଆଁ ଓ ଉପସାଗରୀୟ ରାଷ୍ଟ୍ର କୁଏତ ଭଳି ଦେଶରୁ ଆସିଛି। ଏବେ ନଜର ପକାଇବା ତାଞ୍ଜାନିଆଁ ଉପରେ। ତାଞ୍ଜାନିଆଁର ସୋସିଆଲ ମିଡିଆ ସେନସେସନ୍ କିଲି ପଲ୍ ଏହି ଗୀତକୁ ଗାଇ ଆହୁରି ଲୋକପ୍ରିୟ କରିଛନ୍ତି। ଗୋଟିଏ ନୁହେଁ, ଦୁଇ ଦୁଇଟି ଭିଡିଓ କରି ଏହାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗୋଟିଏ ଲିରିକାଲ୍ ହୋଇଥିବା ବେଳେ ଆଉ ଗୋଟିଏ ମ୍ୟୁଜିକାଲ୍। ପ୍ରତି ଗୀତ ଭଳି ଏହି ଗୀତଟିକୁ ସେ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପନା କରିଛନ୍ତି।

ଏବେ ଆସନ୍ତୁ ନଜର ପକାଇବା କୁଏତ ଉପରେ। ଟିକେ ଦେଖନ୍ତୁ ଓ ଶୁଣନ୍ତୁ ଏହି ବ୍ରାସ୍ ବ୍ୟାଣ୍ଡର ମ୍ୟୁଜିକକୁ। ଶୁଣିଲେ ତ, କେଉଁ ଗୀତ ବାଜୁଛି କୁଏତର ଏହି କାର୍ନିଭାଲରେ। ଅତି ବିକଶିତ ରାଷ୍ଟ୍ର, ସଂପତ୍ତି ଓ ପ୍ରତିପତିରେ ଭରପୁର କୁଏତର ଚିକମିକ୍ ଆଲୁଅ, ରଂଗୀନ କୌତୁକିଆ ପୋଷାକ ଭିଡ ଭିତରେ ହାତରେ ଡ୍ରମ୍ ଓ ଟ୍ରମ୍ଫେଟ୍ ଧରି ଏହାକୁ ବଜାଉଛନ୍ତି କଳାକାର। ଯାହାକୁ ଶହ ଶହ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରୁଛନ୍ତି। ଏ ତ ଗଲା ବିଦେଶ କଥା, ଏବେ ନଜର ପକାଇବା ଆମ ଦେଶ ଭାରତ ଭିତରେ। ଅନେକ ଦକ୍ଷିଣ, ପୂର୍ବ ଭାରତରେ ଏହି ଗୀତ ବି ଲୋକାଦୃତ ହୋଇ ସାରିଛି। ଛାଡନ୍ତୁ ରୋଷଣୀର ବ୍ରାସ୍ ବ୍ୟାଣ୍ଡ କଥା, ଭାରତର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ଭାରତୀ ସିଂ ବି ଛି ଛି ଛି ନନୀର ଟ୍ରେଣ୍ଡରୁ ବାଦ୍ ପଡ଼ି ନାହାନ୍ତି। ଭାରତୀ ନିଜ ଘରେ, ନିଜ ପୁଅ, ସହକର୍ମୀ ସମେତ ତାଙ୍କ ଘରେ କାମ କରୁଥିବା ଓଡିଆ ସହକର୍ମୀ ସାଙ୍ଗରେ ଏହି ଗୀତରେ ରିଲ୍ସ ବନାଇଛନ୍ତି। ସବୁ କଳାକାର ପଦେ ପଦେ ଗୀତ ଗାଇ ରିଲ୍ସ କରିବା ସହ ତାଙ୍କ ପୁଅ ଗୋଲା ବି ଏଥିରେ ନିଜର କଲାକାରୀ ଦେଖାଇଛନ୍ତି। ଛି ଛି ଛି ନନୀ ଗୀତ ଏହା ପ୍ରମାଣ କରିଛି ଯେ ଯଦି ଗୀତ ଓ ସଂଗୀତର କିଛି ନିଆରାପଣ ଅଛି, ତାହାଲେ ଭାଷା ଓ ଅଞ୍ଚଳ କେବେ ବି ପ୍ରତିବନ୍ଧକ ସାଜେନାହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories