ଜାଣନ୍ତି କି, କେବେ ଓ କେମିତି ଆରମ୍ଭ ହୋଇଥିଲା ଆଇସିସି ଚାମ୍ପିୟନ୍ସ ଟ୍ରଫି

ଡେସ୍କ: କ୍ରିକେଟ ବିଶ୍ୱକପ ଭଳି ସମକକ୍ଷ ବିବେଚନା କରାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରଥମରୁ କିନ୍ତୁ ଏହି ନାଁରେ ନ ଥିଲା। କଣ ଥିଲା ଏହି ଟୁର୍ଣ୍ଣାମେଣ୍ଟର ନାଁ ଏବଂ କେମିତି ଓ କେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା ଆଇସିସି ଚାମ୍ପିୟନ୍ସ ଟ୍ରଫି, ଆସନ୍ତୁ ଜାଣିବା ଏହାର ଇତିହାସ ସମ୍ପର୍କରେ।

୧୯୯୮ ଆଇସିସି ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ

ଆଇସିସି ଚାମ୍ପିୟନ୍ସ ଟ୍ରଫି, ଯାହାକୁ ପ୍ରଥମେ ଆଇସିସି ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ କୁହାଯାଉଥିଲା, ୧୯୯୮ରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ – ଆଇସିସି ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରଥମ ସଂସ୍କରଣ ବାଂଲାଦେଶରେ ଆୟୋଜନ ହୋଇଥିଲା ଓ କ୍ରିକେଟ ଖେଳୁନଥିବା ଦେଶଗୁଡିକରେ କ୍ରିକେଟକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆନୁଷ୍ଠାନିକ ଭାବେ ଏହାକୁ ୱିଲ୍ସ ଇଣ୍ଟରନ୍ୟାସନାଲ କପ୍ ନାମରେ ନାମିତ କରାଯାଇଥିଲା। ବାଂଲାଦେଶରେ ସମସ୍ତ ମ୍ୟାଚ ଆୟୋଜିତ ହୋଇଥିଲା। ବିଶ୍ୱକପ୍ ବ୍ୟତୀତ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା ଯେଉଁଥିରେ ସମସ୍ତ ଟେଷ୍ଟ ଖେଳୁଥିବା ଦେଶ ସାମିଲ ହୋଇଥିଲେ। ଫିଫା କନଫେଡେରେସନ୍ କପ୍ ଆଧାରରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ଯେଉଁଠାରେ ମହାସଂଘର ଶ୍ରେଷ୍ଠ ଦଳମାନେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି କିନ୍ତୁ ଏହି କ୍ଷେତ୍ରରେ ଆଇସିସି ଦିନିକିଆ ଚାମ୍ପିୟନଶିପର ଶୀର୍ଷ ଗୁଡିକ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ୨୦୦୬ ପର୍ଯ୍ୟନ୍ତ ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଚାମ୍ପିଅନ୍ସ ଟ୍ରଫି ପରବର୍ତ୍ତୀ ସମୟରେ ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେଉଛି।

୧୯୯୮ ଅକ୍ଟୋବର ୨୪ରେ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୯ଟି ଦଳ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ୱେଷ୍ଟ ଇଣ୍ଡିଜ ସାମିଲ ହୋଇଥିଲେ। ସମସ୍ତ ୮ଟି ଦିନିକିଆ ମ୍ୟାଚ ବାଂଲାଦେଶର ଢାକା ସ୍ଥିତ ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଫାଇନାଲରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଜୟୀ ହୋଇଥିଲା।

୨୦୦୦ ଆଇସିସି ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ

କେନିଆରେ ୨୦୦୦ ଆଇସିସି ନକ୍ ଆଉଟ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ଏଥିରେ ୧୧ଟି ଦଳ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, କେନିୟା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ସମସ୍ତ ୧୦ଟି ଦିନିକିଆ ମ୍ୟାଚ ନାଇରୋବି ଷ୍ଟାଡିୟମରେ ଖେଳାଯାଇଥିଲା। ଫାଇନାଲରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ପ୍ରଥମ ଆଇସିସି ଟାଇଟଲ ଜିତିଥିଲା।

୨୦୦୨ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୦୨ରେ ଏହି ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ନାମ ଆଇସିସି ଚାମ୍ପିୟନ୍ସ ଟ୍ରଫି ରଖାଯାଇଥିଲା ଏବଂ ଶ୍ରୀଲଙ୍କା ଏହାକୁ ଆୟୋଜନ କରିଥିଲା। ଏଥିରେ ୧୨ଟି ଟିମ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, କେନିୟା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥିଲା। ସମସ୍ତ ମ୍ୟାଚ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ୬ଟି ମ୍ୟାଚ କଲମ୍ବୋର ସିଂହଳୀଜ ସ୍ପୋର୍ଟ୍ସ କ୍ଳବରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ଦୁଇ ଥର ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବର୍ଷା ଯୋଗୁ ତାହା ବାଧାପ୍ରାପ୍ତ ହୋଇଥିଲା ଫଳରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।

୨୦୦୪ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୦୪ ଆଇସିସି ଚାମ୍ପିୟନ୍ସ ଟ୍ରଫି ଇଂଲଣ୍ଡ ଆୟୋଜନ କରିଥିଲା। ଏଥିରେ ୧୨ଟି ଟିମ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, କେନିୟା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ୨ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

୨୦୦୬ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୦୬ ଆଇସିସି ଚାମ୍ପିୟନ୍ସ ଟ୍ରଫି ଭାରତ ଆୟୋଜନ କରିଥିଲା। ଏଥିରେ ୧୦ଟି ଟିମ ନ୍ୟୁଜିଲାଣ୍ଡ, ଜିମ୍ବାୱେ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ଅକ୍ଟୋବର ୭ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

୨୦୦୯ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୦୮ରେ ଚାମ୍ପିଅନ୍ସ ଟ୍ରଫି ପାକିସ୍ଥାନରେ ଆୟୋଜନ କରିବାକୁ ସ୍ଥିତର ହୋଇଥିଲେ ମଧ୍ୟ ସୁରକ୍ଷା କାରଣରୁ ଏହାକୁ ୨୦୦୯ ମସିହାରେ ଦକ୍ଷିଣ ଆଫ୍ରିକା ଆୟୋଜନ କରିଥିଲା। ଏଥିରେ ୮ଟି ଟିମ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ ପର୍ଯ୍ୟନ୍ତ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୬ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଇଂଲଣ୍ଡ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ଜୁନ ୬ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଜୁନ ୨୩ ପର୍ଯ୍ୟନ୍ତ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ୫ ରନରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା

୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଇଂଲଣ୍ଡ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ସାମିଲ ହୋଇଥିଲେ। ଜୁନ ୧ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଜୁନ ୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପାକିସ୍ତାନ ୧୮୦ ରନରେ ଭାରତକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

୨୦୨୧ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ବାତିଲ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଏବଂ ଟି-୨୦ ବିଶ୍ୱକପରେ ମିଶ୍ରଣ କରାଯାଇଥିଲା। ତେବେ ଆଇସିସି ୨୦୨୫ରେ ପୂର୍ଣ୍ଣି ଚମ୍ପିଆନ୍ସ ଟ୍ରଫି ପ୍ରତ୍ୟାବର୍ତ୍ତନ ଘୋଷଣା କରିଥିବା ବେଳେ ପାକିସ୍ତାନ ପୁଣି ଥରେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି।

୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଭାବେ ପାକିସ୍ତାନକୁ ଘୋଷଣା କରାଯାଇଥିଲା, କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିବାରୁ ବିସିସିଆଇ ଏବଂ ପିସିବି ମଧ୍ୟରେ ପାକିସ୍ତାନରେ ଖେଳାଯିବାକୁ ଥିବା ମ୍ୟାଚ୍ ଏବଂ ପରେ ୟୁଏଇ ନାମରେ ଘୋଷଣା କରାଯାଇଥିବା ଏକ ନିରପେକ୍ଷ ଭେନ୍ୟୁ ପାଇଁ ଚୁକ୍ତି ହୋଇଥିଲା। ଗତ କିଛି ବର୍ଷ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଇତିହାସର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ପ୍ରଦାନ କରିଛି। ୨୦୨୫ରେ ଏହାର ପ୍ରତ୍ୟାବର୍ତ୍ତନ ପରେ ସାରା ବିଶ୍ୱର ପ୍ରଶଂସକମାନେ ଆହୁରି ରୋମାଞ୍ଚକର ମୁକାବିଲାକୁ ଉତ୍ସୁକତାର ସହ ଉପଭୋଗ କରୁଛନ୍ତି।

Comments are closed.