ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ) ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍ ଆଣିଛି। ଏହି ମୋବାଇଲ ଆପର ନାମ ‘ୱିଙ୍ଗ୍ସ’। ଏହି ଆପ୍ ସାହାର୍ଯ୍ୟରେ ନେଟୁୱାର୍କ ନଥିଲେ ମଧ୍ୟ ଫୋନରେ କଥା ହୋଇପାରିବେ। ତେବେ ଆସନ୍ତୁୂ ଏହି ପ୍ଳାନ ବିଷୟରେ ଅଧିକ କିଛି ଜାଣିବା- ସର୍ବପ୍ରଥମେ କହିରଖୁଛୁ ଏହି ଆପ୍ ଭିଓଆଇପି(ଭଏସ ଓଭର ଇଣ୍ଟରନେଟ ପ୍ରୋଟୋକୋଲ ଉପରେ ଆଧାରିତ)। ଏହାର ଅର୍ଥ ଯଦି ଆପଣଙ୍କ ପାଖରେ ଇଣ୍ଟରନେଟ(ୱାଇଫାଇ) ଅଛି କିନ୍ତୁ ଆପଣଙ୍କ ଫୋନରେ ଟାୱାର ନାହିଁ ତେବେ ଆପଣ ଏହା ସାହାର୍ଯ୍ୟରେ କଲ କରି କଥା ହୋଇପାରିବେ। ଏହା ହ୍ୱାଟ୍ସଆପ ଭଳି ଏକ ଆପ୍ ମାତ୍ର ଏଥିରେ ଚାର୍ଟ କରିବାର ସୁବିଧା ନାହିଁ।

ଯଦି ଆପଣ ମଧ୍ୟ ଏହି ଆପର ସୁବିଧା ନେବାକୁ ଚାହୁଁଛନ୍ତି। ତେବେ ଆପଣଙ୍କୁ ୧ବର୍ଷ ପାଇଁ ୧,୦୯୯ଟଙ୍କା ରିଚାର୍ଜ କରିବାକୁ ପଡିବ।
ଏହି ସେବା କିପରି ଆରମ୍ଭ କରିବେ-
ପ୍ରଥମେ ଆପଣଙ୍କୁ ବିଏସଏନ୍ଏଲ ୱିଙ୍ଗ୍ସ ଆପ ଡାଉନଲୋଡ କରିବାକୁ ପଡିବ। ଏହାପରେ ଆପଣଙ୍କୁ ବିଏସ୍ଏନ୍ଏଲର ୱେବସାଇଟ୍(ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦବଦ୍ଭମଷବକ୍ସବବୟଷବବକ୍ସ.ଭଗ୍ଦଦ୍ଭକ୍ଷ.ମକ୍ଟ.ସଦ୍ଭ/ଡସଦ୍ଭଶଗ୍ଦ/ଖକ୍ଟଶସଦ୍ଭ.ୟକ୍ଟ)ରେ ଯାଇ ଫଟୋ ସହିତ ଏକ ଫର୍ମ୍ ପୂରଣ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଏକ ପିନ୍ ମିଳିବ। ଏହି ପିନକୁ ଆପଣଙ୍କୁ ୱିଙ୍ଗ୍ସ ଆପରେ ଦେବେ। ଏହା ପରେ ଆପଣଙ୍କ ସେବା ଆରମ୍ଭ ହୋଇଯିବ। ଏବଂ ୧ବର୍ଷ ପର୍ଯ୍ୟନ୍ତ ଆପଣ ଏହାର ସାହାର୍ଯ୍ୟ ନେଇପାରିବେ।



