www.samajalive.in
Monday, December 8, 2025
14.1 C
Bhubaneswar

ନିର୍ଦ୍ଧିଷ୍ଟ ଚିନ୍ତାଧାରାକୁ ସହଯୋଗ କରୁଥିବା ଅଭିଯୋଗରେ ଟୁଇଟରକୁ ବିରୋଧ

ନୂଆଦିଲ୍ଲୀ : ଟୁଇଟରର ପକ୍ଷପାତିତାକୁ ନେଇ ‘ୟୁଥ ଫର ସୋସଲ ମିିଡିଆ ଡେମୋକ୍ରେସି’ ସଦସ୍ୟମାନେ ଦିଲ୍ଲୀ ସ୍ଥିତ ଟୁଇଟର ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିରୋଧ ପ୍ରଦର୍ଶନକାରୀ ଅଙ୍କୁରଙ୍କ କହିବା ଅନୁସାରେ ଟୁଇଟର ଏକ ନିର୍ଦ୍ଧିଷ୍ଟ ଚିନ୍ତାଧାରର ସପକ୍ଷ ନେଉଥିବା ଅଭିଯୋଗ କରିଛନ୍ତି। ଜାନୁଆରୀ ୨୩ ତାରିଖ ରାତି ୧୧ଟାରେ ବିନା କୌଣସି କାରଣରେ ଅଙ୍କୁରଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା। ଏ ନେଇ ସେ ଟୁଇଟରରେ ଅଭିଯୋଗ କରିବା ପରେ କୌଣସି କାରଣରୁ ଏହା ଡିଲେଟ କରାଯାଇଥିବା ସଫେଇ ଦେଇ ୨୪ ତାରିଖ ଦିନ ଆକାଉଣ୍ଟ ଆକ୍ଟିଭ କରିଥିଲା। ଏହାକୁ ନେଇ ଅଙ୍କୁରଙ୍କ ସପକ୍ଷରେ ଟୁଇଟରରେ ବିରୋଧ କରାଯାଇଥିଲା। ସେହିପରି ଏହି ଘଟଣାରେ ବିଜେପି ନେତା ମଜିନ୍ଦର ପାଲ ବଗା ମଧ୍ୟ ଟୁଇଟରକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହି ବିରୋଧ କୌଣସି ରାଜନୈତିକ ଦଳର ନୁହେଁ ଏହା ଏକ ଚିିନ୍ତାଧାରାର ଲଢେଇ। କଂଗ୍ରେସକୁ ଆପେକ୍ଷ କରି ସେ କହିଛନ୍ତି ଟୁଇଟର ଦକ୍ଷୀଣପନ୍ଥୀ ସହ ଭେଦଭାବ କରୁଥିବା କହିଛନ୍ତି। ଦକ୍ଷୀଣପନ୍ଥୀ ଲମାନଙ୍କର ଟୁଇଟର ରିଚ କମୁଥିବା ସେ ଅଭିଯୋଗ କରିଛନ୍ତି।
ଏହା ସହ ପ୍ରଦଶନକାରୀଙ୍କ କହିବା ଅନୁସାରେ ଦକ୍ଷୀଣପନ୍ଥୀଙ୍କୁ ଫଲୋ କରୁଥିବା ଲୋକମାନଙ୍କୁ ସେମାନଙ୍କ ଟୁଇଟ୍‍ ଦେଖାଯାଉନାହିଁ, କିନ୍ତୁ ବାମପନ୍ଥୀ ନେତାମାନଙ୍କୁ ଫଲୋ କରୁ ନଥିବା ଲୋକଙ୍କୁ ସେମାନଙ୍କ ଟୁଇଟ୍‍ ଦେଖାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories