www.samajalive.in
Sunday, December 7, 2025
18.1 C
Bhubaneswar

ବିଏସ୍‍ଏନ୍‍ଏଲ ଆଣିଲା ‘ୱିଙ୍ଗ୍‍ସ’ ଆପ, ନେଟୁୱାର୍କ ନଥିଲେ ମଧ୍ୟ କଥା ହୋଇପାରିବେ

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ) ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍‍ ଆଣିଛି। ଏହି ମୋବାଇଲ ଆପର ନାମ ‘ୱିଙ୍ଗ୍‍ସ’। ଏହି ଆପ୍‍ ସାହାର୍ଯ୍ୟରେ ନେଟୁୱାର୍କ ନଥିଲେ ମଧ୍ୟ ଫୋନରେ କଥା ହୋଇପାରିବେ। ତେବେ ଆସନ୍ତୁୂ ଏହି ପ୍ଳାନ ବିଷୟରେ ଅଧିକ କିଛି ଜାଣିବା- ସର୍ବପ୍ରଥମେ କହିରଖୁଛୁ ଏହି ଆପ୍ ଭିଓଆଇପି(ଭଏସ ଓଭର ଇଣ୍ଟରନେଟ ପ୍ରୋଟୋକୋଲ ଉପରେ ଆଧାରିତ)। ଏହାର ଅର୍ଥ ଯଦି ଆପଣଙ୍କ ପାଖରେ ଇଣ୍ଟରନେଟ(ୱାଇଫାଇ) ଅଛି କିନ୍ତୁ ଆପଣଙ୍କ ଫୋନରେ ଟାୱାର ନାହିଁ ତେବେ ଆପଣ ଏହା ସାହାର୍ଯ୍ୟରେ କଲ କରି କଥା ହୋଇପାରିବେ। ଏହା ହ୍ୱାଟ୍ସଆପ ଭଳି ଏକ ଆପ୍‍ ମାତ୍ର ଏଥିରେ ଚାର୍ଟ କରିବାର ସୁବିଧା ନାହିଁ।

courtesy-telecom Talk

ଯଦି ଆପଣ ମଧ୍ୟ ଏହି ଆପର ସୁବିଧା ନେବାକୁ ଚାହୁଁଛନ୍ତି। ତେବେ ଆପଣଙ୍କୁ ୧ବର୍ଷ ପାଇଁ ୧,୦୯୯ଟଙ୍କା ରିଚାର୍ଜ କରିବାକୁ ପଡିବ।
ଏହି ସେବା କିପରି ଆରମ୍ଭ କରିବେ-
ପ୍ରଥମେ ଆପଣଙ୍କୁ ବିଏସଏନ୍‍ଏଲ ୱିଙ୍ଗ୍‍ସ ଆପ ଡାଉନଲୋଡ କରିବାକୁ ପଡିବ। ଏହାପରେ ଆପଣଙ୍କୁ ବିଏସ୍‍ଏନ୍‍ଏଲର ୱେବସାଇଟ୍‍(ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦବଦ୍ଭମଷବକ୍ସବବୟଷବବକ୍ସ.ଭଗ୍ଦଦ୍ଭକ୍ଷ.ମକ୍ଟ.ସଦ୍ଭ/ଡସଦ୍ଭଶଗ୍ଦ/ଖକ୍ଟଶସଦ୍ଭ.ୟକ୍ଟ)ରେ ଯାଇ ଫଟୋ ସହିତ ଏକ ଫର୍ମ୍‍ ପୂରଣ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଏକ ପିନ୍‍ ମିଳିବ। ଏହି ପିନକୁ ଆପଣଙ୍କୁ ୱିଙ୍ଗ୍‍ସ ଆପରେ ଦେବେ। ଏହା ପରେ ଆପଣଙ୍କ ସେବା ଆରମ୍ଭ ହୋଇଯିବ। ଏବଂ ୧ବର୍ଷ ପର୍ଯ୍ୟନ୍ତ ଆପଣ ଏହାର ସାହାର୍ଯ୍ୟ ନେଇପାରିବେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories