www.samajalive.in
Sunday, December 14, 2025
26.1 C
Bhubaneswar

୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ ; ସକାଳ ପାହିଲେ ପାଣି ପାଇଁ ଅଶାନ୍ତି

ବାଲିଗୁଡା : ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ। ହେଲେ ତାହା ପୂର୍ବରୁ ଦେଖା ଦେଇଛି ପାଣି ସମସ୍ୟା। ପାଣି ପାଇଁ ସାହିରେ ଦେଖା ଦେଇଛି ଅଶାନ୍ତି, ସକାଳ ହେଲେ ଝଗଡ଼ା ହେଉଛନ୍ତି ମହିଳା। ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଗାବାଡ଼ି ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଗାର୍ଗାବାଡ଼ି ଗ୍ରାମ ବ୍ଲକ ତଥା ପଞ୍ଚାୟତ ହେଡ କ୍ୱାର୍ଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ।
ଏହି ଗାଁରେ ୪୦ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି। ୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଛି। ନା କୂଅ ଅଛି ନା ଚୂଆଁ। ଗୋଟିଏ ନଳକୂପ ଉପରେ ହିଁ ପିଇବା ପାଇଁ ଏବଂ ଗାଧୋଇବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ନିର୍ଭର କରିବାକୁ ପଡୁଛି। ଫଳରେ ସକାଳୁ ସକାଳୁ ନଳକୂପରେ ଲାଗି ଯାଉଛି ଲମ୍ବା ଲାଇନ୍‌। ଶୀଘ୍ର ପାଣି ନେବା ପାଇଁ ଆରମ୍ଭ ହେଉଛି ପ୍ରତିଯୋଗିତା। ଫଳରେ ମହିଳାଙ୍କ ମଧ୍ୟରେ ଝଗଡ଼ା ଦେଖାଦେଉଛି। ପାଣି ପାଇଁ ସାହିରେ ପ୍ରତ୍ୟେକ ଦିନ ଅଶାନ୍ତି ଦେଖା ଦେଉଛି। ଉକ୍ତ ନଳକୂପରୁ ପାଣି ସଠିକ୍ ଭାବେ ବାହାରୁନି। ପୁଣି କିଛି ସମୟ ଅପେକ୍ଷା କରିଲେ ପାଣି ବାହାରୁଛି। ଫଳରେ ମହିଳା ମାନେ ପାଣିକୁ ଅପେକ୍ଷା କରି ଦିନ ସରି ଯାଉଛି । କାମ ଧନ୍ଦାକୁ ସଠିକ୍ ଭାବେ ଯାଇ ପାରୁନାହାନ୍ତି । ଅନ୍ୟ ପଟେ ଜଳ ଯୋଗାଣ ନେଇ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସପ୍ତାହକୁ ମାତ୍ର ଗୋଟିଏ ଦିନ ଜଳ ଯୋଗାଣ ହେଉଛି । ତାହା ପୁଣି ୨ ରୁ ୪ ମିନିଟ। ଫଳରେ ଲୋକେ ସଠିକ୍ ମାତ୍ରାରେ ଜଳ ପାଇ ପାରୁନାହାନ୍ତି। ପାଣି ପାଇଁ ରହିଛି ଅନେକ ସମସ୍ୟା । ଏଣୁ ଗାଁରେ ଆଉ ୨ଟି ନଳକୂପ ଖୋଳି ଦେଲେ ଲୋକେ ଉପକୃତ ହୋଇ ପାରିଥାନ୍ତେ ବୋଲି ମହିଳାମାନେ ଦାବି କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories