www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୧ଟାରେ ବ୍ୟାଙ୍କରେ ପଶି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍‌

ମୟୁରଭଞ୍ଜ : ମୟୁରଭଞ୍ଜ ବହଳଦା ଏସବିଆଇ ବ୍ୟାଙ୍କ ଶାଖାରୁ ସ୍ପଷ୍ଟ ଦିବାଲୋକରେ ଗୁରୁବାର ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଇଛନ୍ତି । ଦିନ ୧୧ଟାରେ ବ୍ୟାଙ୍କ ଭିତରେ ୫ ଜଣ ଦୁର୍ବୃତ୍ତ ପଶି ଟଙ୍କା ଲୁଟ୍‌ କରିଛନ୍ତି। ବ୍ୟାଙ୍କ ଭିତରେ ଥିବା ଗ୍ରାହକଙ୍କୁ ମଧ୍ୟ ଧମକାଇଥିଲେ । ୩୦ ମିନିଟ୍‌ ମଧ୍ୟରେ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଫେରାର ହୋଇ ଯାଇଛନ୍ତି। ଏହି ବ୍ୟାଙ୍କ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଗୁରୁବାର ଦିନ ସ୍ଥାନୀୟ ବହଳଦା ଷ୍ଟେଟ ବ୍ୟାଙ୍କ ଖୋଲିବା ମାତ୍ରେ ପାଞ୍ଚଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଓ ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ନେଇଛନ୍ତି। ସମସ୍ତ ପାଞ୍ଚ ଜଣ ମୁଣ୍ଡରେ ହେଲମେଟ୍‌ ଲଗାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ବ୍ୟାଙ୍କ ଖୋଲିବା ସମୟରେ ବ୍ୟାଙ୍କର ସୁରକ୍ଷାକର୍ମୀ ନଥିଲେ ବୋଲି ଖବର ମିଳିଛି। ଲୁଟ୍ ସମୟରେ ବ୍ୟାଙ୍କର କର୍ମଚାରୀମାନଙ୍କ ସହ ୧୮ ଜଣ ଗ୍ରାହକ ବ୍ୟାଙ୍କ ଭିତରେ ଥିଲେ। ଦୁର୍ବୃତ୍ତମାନେ ସମସ୍ତଙ୍କର ମୋବାଇଲ ଫୋନ ଛଡ଼ାଇ ନେଇ ଗୋଟାଏ ସ୍ଥାନରେ ରଖିଦେଇଥିଲେ। ବ୍ୟାଙ୍କ ମ୍ୟାନେଜର ବୈଦ୍ୟନାଥ ହେମ୍ବ୍ରମ (୪୬) ଏବଂ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ମହାନ୍ତ(୩୮)ଙ୍କୁ ବନ୍ଧୁକର ପଛ ପଟରୁ ମୁଣ୍ତରେ ଆଘାତ କରିବା ଫଳରେ ଦୁଇଜଣ ଆହତ ହୋଇଛନ୍ତି। ମ୍ୟାନେଜରଙ୍କୁ ବନ୍ଧୁକରେ ମୁଣ୍ଡରେ ଜୋରରେ ଆଘାତ କରିବା ସହ ତୀକ୍ଷ୍ଣ ଛୁରୀରେ ଜୀଵନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ସେମାନଙ୍କର ଵହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି। ଦୁର୍ବୃତ୍ତମାନେ ସମସ୍ତଙ୍କୁ ରୁମରେ ଭର୍ତ୍ତି କରିବା ପରେ ବ୍ୟାଙ୍କର ସମସ୍ତ ଟଙ୍କା ନେଇ ଯିବା ସହ ଦୁର୍ବୃତ୍ତମାନେ ନିଜେ ଏକ ତାଲା ବ୍ୟାଙ୍କର ମୁଖ୍ୟ ଦ୍ୱାରରେ ଚାବି ମାରି ଘଟଣାସ୍ଥଳରୁ ଛୁ’ ମାରିଥିଲେ।
ପୂର୍ବାହ୍ନ ସମୟରେ ବହଳଦା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ରାଇରଙ୍ଗପୁର ଅତିରିକ୍ତ ଏସପି,ଏସଡିପିଓ, ଅସ୍ଥାୟୀ ରୂପେ ଵହଳଦା ଥାନା ଦାୟିତ୍ବରେ ଥିବା ତିରିଂ ଥାନା ଆଇଆଇସି ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚି ଦୁର୍ବୃତ୍ତମାନେ ପକାଇଥିବା ତାଲା ଭାଙ୍ଗି ସମସ୍ତ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ମୋଟରସାଇକେଲରେ ଆସିଥିବା ଲୁଟେରାମାନେ ବ୍ୟାଙ୍କରୁ  ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଥିବା ନେଇ ଚର୍ଚ୍ଚା ହେଉଛି। ଲୁଟ୍ ପରେ ପଡୋଶୀ ଝାଡଖଣ୍ଡ ରାଜ୍ୟ ଆଡେ ଫେରାର ହୋଇଯାଇଥିବା ପୁଲିସ ସନ୍ଦେହ କରୁଛି। ବହଳଦା ଧର୍ମଶାଳା ଅଞ୍ଚଳରେ ଷ୍ଟେଟ ବ୍ୟାଙ୍କ ସହ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ବହୁ ଦୋକାନ ବଜାର ରହିଛି। ଏକ ଜନବହୁଳ ବଜାର ଅଞ୍ଚଳରେ ଏଭଳି ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି। ପୁଲିସର ତଦନ୍ତ ପରେ ସଠିକ ଭାବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିବ। ପୂର୍ବରୁ ଏହି ବ୍ୟାଙ୍କର ଏଟିଏମରୁ ମଧ୍ୟ ଲୁଟ ହୋଇଥିଲା ।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

- Advertisement -

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories