www.samajalive.in
Friday, December 12, 2025
27.1 C
Bhubaneswar

ଆର୍ଥିକ ସଂକଟ ଦୂର ପାଇଁ ଚୀନକୁ ଗଧ ବିକିବ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ଆର୍ଥିକ ସଂକଟ ଦୂର କରିବା ପାଇଁ ପୁଣି ଥରେ ଚୀନ ସହାୟତାରେ ହାତ ବଢାଇଛି। ଏହି କ୍ରମରେ ପାକିସ୍ତାନଠୁ ସହସ୍ରାଧିକ ଗଧ କିଣିବାକୁ ଚୀନ ସହମତି ପ୍ରକାଶ କରିଛି। ସର୍ବାଧିକ ଗଧ ମାମଲାରେ ପାକିସ୍ତାନ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ସେପଟେ ଚୀନ ଏହି ମାମଲାରେ ପ୍ରଥମ ସ୍ଥାନରେରହିଛି। କୁହାଯାଉଛି ପାକିସ୍ତାନରେ ୫୦ ଲକ୍ଷରୁ ଅଧିକ ଗଧ ଅଛନ୍ତି।
ଏହା ପୂର୍ବରୁ ଆର୍ଥିକ ସଂକଟ ଦୂର କରିବା ପାଇଁ ପାକିସ୍ତାନ ଚୀନକୁ ବହୁ କୋଟି ଅର୍ଥ ଋଣ ମାଗିଥିଲା। ଏବେ ଏହା ବଦଳରେ ପାକିସ୍ତାନ ଚୀନକୁ ଗଧ ଦେବ। ଚୀନରେ ଗଧକୁ ବିଶେଷ ଭାବେ ଗ୍ରହଣ କରାଯାଏ। ଗଧ ଚମଡ଼ାରୁ ପ୍ରସ୍ତୁତ ଜିଲୋଟିନରେ ବହୁ ଔଷଧୀୟ ଗୁଣ ଥାଏ। ଏଥିରେ ରକ୍ତ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଚୀନବାସୀ ପାରମ୍ପରିକ ଔଷଧ ପ୍ରସ୍ତୁତି ପାଇଁ ଗଧଙ୍କୁ ବ୍ୟବହାର କରିଥାନ୍ତି। ତେଣୁ ପାକିସ୍ତାନରୁ ଗଧ ନେଇ ଔଷଧ ପ୍ରସ୍ତୁତିରେ ବ୍ୟବହାର କରିବାକୁ ଚୀନ ଲକ୍ଷ୍ୟ ରଖିଛି।
ପଖତୁନଖ୍ୱାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଚୀନର କେତେକ କମ୍ପାନୀ ପାକିସ୍ତାନରେ ଗଧ ପାଳନ କରିବା ଓ ନିବେଶ କରିବାକ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କ୍ରମରେ କମ୍ପାନୀଗୁଡ଼ିକ ପ୍ରାୟ ୨୧,୦୦୦ କୋଟି ଟଙ୍କା ନିବେଶ ହୋଇପାରିବ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories