ଦେବାଳିଆ ଘୋଷଣା ଆବେଦନ ପରେ ଆରକମ୍ ସେୟାର ମୂଲ୍ୟ ୫୦ ପ୍ରତିଶତ କମିଲା
ମୁମ୍ବାଇ ..- ଅନୀଲ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନସ୍ କମ୍ୟୁନିକେସନ୍ ବା ଆରକମ୍କୁ ଦେବାଳିଆଇ ଘୋଷଣା କରିବା ପାଇଁ ଜାତୀୟ କମ୍ପାନୀ ଲ ଟ୍ରିବୁନାଲ ନିକଟରେ ଆବେଦନ କରିଛି। ଏହାପରେ ସୋମବାରରେ ଆର୍କମ୍ର ସେୟାର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ କମିଯାଇଛି ।
ଆର୍କମ୍ ଏବେ କରଜରେ ବୁଡି ରହିଛି । ଜାତୀୟ କମ୍ପାନୀ ଲ ଟ୍ରିବୁନାଲ ଦେବାଳିଆ ଘୋଷଣା ପାଇଁ ଆବେଦନ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏରିକସନ୍ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର କରାଯିବ ବୋଲି ସୂଚନା ମଳିଛି । । ଏଥିରେ ଆରକମ୍ର ଅଧ୍ୟକ୍ଷଙ୍କର ସମ୍ପତ୍ତି ଜବତ କରିବା ପାଇଁ ଏତିରେ ଆବେଦନ କରାଯିବ ବୋଲି ଇକୋନମିକସ୍ ଟାଇମ୍ରେ ଏକ ଖବରରେ ସୂଚନା ଦିଆଯାଇଛି ।
ଗତ ୧୮ ମାସ ଧରି ଚେଷ୍ଟା କରିବା ପରେ ଆର୍ କମ୍ର ସମ୍ପତ୍ତି ବିକ୍ରି ହୋଇ ପାରୁ ନଥିବା ଏହାର ପରିଚାଳନା ବୋର୍ଡ ସୂଚନା ଦେଇଥିଲା । ବ୍ୟାଙ୍କମାନଙ୍କରେ ଆର୍କମ୍ର ୫ ହଜାର କୋଟି ଟଙ୍କାର ଋଣ ରହିଛି । ଆରକମ୍ ଦେବାଳିଆଇ ପାଇଁ ଆବେଦନ କରିବ ଖବର ଆସିବ ମାତ୍ରେ ଏହାର ସେୟାର କିଣଥିବା ନିବେଶକମାନେ ପ୍ରାୟ ୧୨ କୋଟି ସେୟାର ବିକ୍ରି କରି ଦେଇଛନ୍ତି ।