www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ ଆସିବ ଟେସ୍‌ଲା

ନୂଆଦିଲ୍ଲୀ: ଆମେରିକାରେ ଟେସ୍‌ଲା ମୁଖ୍ୟ ଏଲନ ମସ୍କଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ଭାରତରେ ନିଯୁକ୍ତି ପାଇଁ ଟେସ୍‌ଲା ବିଜ୍ଞାପନ ପ୍ରକାଶ କରିଛି। ତେଣୁ ଟେସ୍‌ଲା ଭାରତ ଆସୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଟେସ୍‌ଲା ସୋମବାର ୧୩ଟି ପଦ ପାଇଁ ଲିଙ୍କ୍ଡଇନ୍‌ରେ ବିଜ୍ଞାପନ ପ୍ରକାଶ କରିଛି।
ମୁମ୍ବଇ ଓ ନୂଆଦିଲ୍ଲୀରେ ନିଯୁକ୍ତି ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଟେସ୍‌ଲା ଭାରତ ଆସିବା ନେଇ ଆଲୋଚନା ହୋଇଥିଲା। ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଭାରତରେ ଅଧିକ ଆମଦାଦୀ ଶୁଳ୍କ ପାଇଁ ଶେଷ ମୁହୂର୍ତ୍ତରେ ମସ୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାକୁ ବାତିଲ କରିଥିଲେ। ଫଳରେ ଟେସ୍‌ଲା ଭାରତ ଆସିବା ଆଶା ମଉଳି ଯାଇଥିଲା। ବର୍ତ୍ତମାନ ଭାରତ ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର ପ୍ରିମିୟମ ଯାନ ଉପରେ ମୂଳ ସୀମା ଶୁଳ୍କକୁ ୧୧୦%ରୁ ୭୦%କୁ ହ୍ରାସ କରିଛି। ଏଥିସହ ଟେସ୍‌ଲାର ନିଯୁକ୍ତି ବିଜ୍ଞାପନ ଏହି ଆଶାକୁ ଉଜ୍ଜୀବିତ କରିଛି। ଚୀନ୍ ତୁଳନାରେ ଭାରତର ବୈଦ୍ୟୁତିକ ଯାନବାହନ କ୍ଷେତ୍ର ଛୋଟ ହେବା ସତ୍ତ୍ୱେ, ଏହା ଟେସଲା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। କାରଣ ବର୍ତ୍ତମାନ ଟେସ୍‌ଲାର ବିକ୍ରି ହ୍ରାସ ପାଇଛି। ଗତ ବର୍ଷ ଭାରତରେ ୧ ଲକ୍ଷ ବୈଦ୍ୟୁତିକ ଯାନ ବିକ୍ରି ହୋଇଥିବାବେଳେ ଚୀନ୍‌ରେ ୧୧ ନିୟୁତ ଯାନ ବିକ୍ରି ହୋଇଥିଲା। ଗତ ସପ୍ତାହରେ ୱାଶିଂଟନରେ ପ୍ରଧାନମନ୍ତ୍ରୀ ମୋଦୀ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ପରେ ଭାରତରେ ବ୍ୟବସାୟ ପାଇଁ ଟେସ୍‌ଲା ଆଗ୍ରହ ପ୍ରକାଶ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories