www.samajalive.in
Sunday, December 14, 2025
26.1 C
Bhubaneswar

ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ଭାରତରେ ଅନେକ ଅଦ୍ଭୁତ ମନ୍ଦିର ରହିଛି। ଯାହା ସହ ବିଭିନ୍ନ ମାନ୍ୟତା ଓ ଆଶ୍ଚର୍ଯ୍ୟଜନକ କଥା ଜଡିତ ରହିଛି। ଅଦ୍ଭୁତ ଓ ଚମତ୍କାରୀ ମନ୍ଦିର ବିଷୟରେ ଜାଣିବାକୁ ସଭିଁଙ୍କ ଉତ୍ସାହ ରହିଥାଏ। ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାର ଦନ୍ଦରୌଆ ଧାମରେ ଏଭଳି ଏକ ଅଦ୍ଭୁତ ମନ୍ଦିର ରହିଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମନ୍ଦିରରେ ଭୟ ଓ ରୋଗର ନାଶକ, ସଙ୍କଟ ଦୂର କରୁଥିବା ଭଗବାନ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପରେ ପୂଜାର୍ଚ୍ଚନା କରାଯାଏ। କାହିଁକି ଏଠାରେ ପ୍ରଭୁଙ୍କୁ ଡାକ୍ତର ଭାବେ ପୂଜା କରାଯାଏ, ତାହାର ରହସ୍ୟ ଓ ମାନ୍ୟତା ବିଷୟରେ ଜାଣନ୍ତୁ..
ଡାକ୍ତର ହନୁମାନ ମନ୍ଦିର ସହ ଜଡିତ ଏକ ରୋଚକ କାହାଣୀ ରହିଛି। ମାନ୍ୟତା ଅନୁଯାୟୀ ବହୁ ବର୍ଷ ପୂର୍ବେ ଏଠାରେ ଜଣେ ସାଧୁ ରହୁଥିଲେ। ତାଙ୍କ ନାଁ ଶିବକୁମାର ଦାସ ଥିଲା। ସେ ପ୍ରଭୁ ହନୁମାନଙ୍କର ଭକ୍ତ ଥିଲେ। ସେ କର୍କଟ ରୋଗରେ ପୀଡିତ ଥିଲେ। ଶିବକୁମାର ପ୍ରତ୍ୟେକ ଦିନ ମନ୍ଦିର ଯାଇ ପ୍ରଭୁ ହନୁମାନଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଥିଲେ। ଦିନେ ବଇଦ ରୂପରେ ପ୍ରଭୁ ହନୁମାନ ସାଧୁ ଶିବକୁମାରଙ୍କୁ ଦର୍ଶନ ଦେଇ ତାଙ୍କ ଚିିକିତ୍ସା କରିବା ସହ ସମ୍ପୂର୍ଣ୍ଣ ସୁସ୍ଥ କରି ଦେଇଥିଲେ। ପ୍ରଭୁ ହନୁମାନଙ୍କ ମହିମା ଧିରେ ଧିରେ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା। ସେହିଦିନଠାରୁ  ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପରେ ଏଠାରେ ପୂଜାର୍ଚ୍ଚନା କରାଯାଏ।
ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଲୋକେ ଏଠାରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆରୋଗ୍ୟ ଓ ସୁସ୍ଥ ଜୀବନର କାମନା କରିଥାନ୍ତି। ମାନ୍ୟତା ଅନୁଯାୟୀ ପ୍ରଭୁ ହନୁମାନ ଭକ୍ତଙ୍କ ମନସ୍କାମନା ପୂରଣ କରି ଥାନ୍ତି। କେବଳ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଲୋକେ ଏଠାକୁ ଆସି ପ୍ରଭୁଙ୍କ ଦର୍ଶନ କରି ଥାନ୍ତି। ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଥାନ୍ତି।

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

- Advertisement -

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories