କୁମ୍ଭମେଳାରେ ଇଞ୍ଜିନିୟର ଓ ପରିଚାଳକ: ନାଗା ସନ୍ୟାସୀ ହେଲେ ୧୦ହଜାର ନୂଆ ସାଧୁ

0

ପ୍ରୟାଗରାଜ: ରଜତ କୁମାର ରାୟ(୨୭)ଗୁଜରାଟର କଚ୍ଛ ଅଞ୍ଚଳରୁ ଆସିଛନ୍ତି ପ୍ରୟାଗରାଜ। ମେରାଇନ ଇଞ୍ଜିନିୟରିଂରେ ଡିପ୍ଲୋମା ପାଠ୍ୟକ୍ରମ କରିବା ପରେ ରଜତ ଆକର୍ଷଣୀୟ ଦରମାରେ ଚାକିରି ମଧ୍ୟ କରୁଥିଲେ। ତେବେ ନିଜ କ୍ୟାରିୟରରେ ଆଗକୁ ବଢିବା ପରିବର୍ତ୍ତେ ପ୍ରୟାଗରାଜରେ ନାଗା ସାଧୁ ଭାବେ ବ୍ରତ ଗ୍ରହଣ କରିଛନ୍ତି ରଜତ। ଅନୁରୂପ କାହାଣୀ ଶମ୍ଭୁ ଗିରି(୨୯)ଙ୍କର। ମ୍ୟନେଜମେଣ୍ଟ ପାଠ୍ୟକ୍ରମରେ ସ୍ନାତକ ଶମ୍ଭୁଙ୍କୁ ମଧ୍ୟ ନାଗା ସାଧୁଙ୍କ ଧାଡ଼ିରେ ଦେଖିବାକୁ ମିଳିଥିଲା। ସେହିପରି ଘନଶ୍ୟମ ଗିରି(୧୮) ଉଜ୍ଜୈନର ଯୁକ୍ତ ୨ବୋର୍ଡ଼ ପରୀକ୍ଷାରେ ଟପ୍ପର ତାଲିକାରେ ସ୍ଥାନ ପାଇ ମଧ୍ୟ ଘନଶ୍ୟାମ ନାଗା ସାଧୁ ହେଲେ। ଚଳିତ ବର୍ଷ କୁମ୍ଭ ମେଳାରେ ସମୁହ ସନ୍ୟାସୀ ବ୍ରତ ଧାରଣ କରିବାର ପରମ୍ପରା ଚାଲିଛି। ଏହି ପରମ୍ପରାରେ ସନ୍ୟାସୀ ବ୍ରତ ଧାରଣ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ବାଳ କାଟି, ନିଜ ପିଣ୍ଡ ଦାନ କରି ସନ୍ୟାସୀ ହେବାର ନିୟମ ରହିଛି। ରାତି ତମାମ ମନ୍ତ୍ରଚ୍ଚାରଣ ମଧ୍ୟରେ ନିଜକୁ ସମର୍ପର୍ି ଦେଇ ହଜାର ହଜାର ସଂଖ୍ୟାରେ ଲୋକେ ଏଠାରେ ନାଗା ସାଧୁର ମାନ୍ୟତା ପାଉଛନ୍ତି।
ପ୍ରତି ଥର ପରି ଚଳିତ ଥର ମଧ୍ୟ କୁମ୍ଭ ମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ସ୍ୱଳ୍ପ ବସ୍ତ୍ର ଧାରଣ କରିଥିବା ଏହି ସାଧୁଙ୍କ ଶରୀରରେ ପାଉଁଷ ଲଗାଇ ପ୍ରଚଣ୍ଡ ଶୀତରେ ନିଜକୁ ସୁହାଇ ନେବାର କ୍ଷମତାର ପରିଦର୍ଶନ କରିଥାନ୍ତି ଏହି ସାଧୁ। ଚଳିତ ଥର ୧୦ହଜାର ପୁରୁଷ ମହିଳା ନାଗା ସାଧୁ ଦୀକ୍ଷା ଗ୍ରହଣ କରିଛନ୍ତି। ଜୁନା ଆଖଡ଼ା ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯେକୌଣସି ବ୍ୟକ୍ତି ତା’ର ଧର୍ମ, ଜାତି ଓ ବର୍ଣ୍ଣ ଯାହା ଯେଉ ନା’ କାହିଁକି ଜୀବନରେ ବୈରାଗ୍ୟ ଆସିଯାଇଥିଲେ ସେ ନାଗା ସାଧୁ ହୋଇପାରିବ ବୋଲି ଅଖଡ଼ା ମହନ୍ତ ହରି ଗିରି ପ୍ରକାଶ କରିଛନ୍ତି। ଏପରିକି ଚଳିତ କୁମ୍ଭରେ ମୁସଲମାନ ଓ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀଙ୍କ ସହ ଇଞ୍ଜିନିୟର, ଡାକ୍ତର ମଧ୍ୟ ସନ୍ୟାସୀ ଭାବେ ଦୀକ୍ଷା ନେଇଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ପ୍ରକୃତିର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଧ୍ୟାନ, ଜପ କରି ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ହିଁ ସେମାନଙ୍କ ନାଗା ସାଧୁର ମାନ୍ୟତା ମିଳିବ। ନାଗା ସାଧୁ ହେବା ପାଇଁ ପୁରୁଷ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରିଛି ଆଖଡ଼ା। ଏହି ନିୟମକୁ ପାଳନ କରି କିଏ ଅଳ୍ପ ଦିନରେ ନାଗା ସାଧୁର ମାନ୍ୟତା ପାଇଥାଏ କାହାକୁ ଲାଗିଯାଇ ଦୀର୍ଘ ସମୟ। ଯୁକ୍ତ ୨ପାଠ୍ୟକ୍ରମରେ ଟପ୍ପର କରିଥିବା ଘନଶ୍ୟାମ ମଧ୍ୟ ୧୦ହଜାର ସନ୍ୟାସୀଙ୍କ ମଧ୍ୟରେ ଅନ୍ୟତମ। ଯୁକ୍ତ ୨ରେ ଟପ୍ପର ହେବା ପାଇଁ ସେ ନିଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିଥିଲେ। ଏହି ଲକ୍ଷ୍ୟକୁ ନିୟମିତ ପାଳନ କରି ସେ ଅତି ସହଜରେ ଯୁକ୍ତ ୨ ଟପ୍ପର ହୋଇ ପାରିଥିଲେ। ତେଣୁ ସାମାନ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟସ୍ଥିର କରିବା ଅପେକ୍ଷା ଜୀବନର ଅର୍ଥ ଖୋଜିବା ଲକ୍ଷ୍ୟ ରଖିବାକୁ ଚାହୁଁଛନ୍ତି ଘନଶ୍ୟାମ।
ନାଗା ପରମ୍ପରା ବେଶ ଦୀର୍ଘ ପ୍ରାଚୀନ । ଦିଗମ୍ବର ପ୍ରଥାରୁ କ୍ରମଶଃ ନାଗା ସମ୍ପ୍ରଦାୟର ଜନ୍ମ ହୋଇଥିଲା। କ୍ରମଶଃ ଏହି ସାଧୁମାନେ ନିଜ କର୍ମ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟରେ ନିଜ ଛାପ ଛାଡ଼ିଥିଲେ। ହରିଦ୍ୱାରର ପ୍ରତିଷ୍ଠିତ ଲେଖକ ବିଷ୍ଣୁ ଦତ୍ତଙ୍କ ପୁସ୍ତକରେ ବିବରଣୀ ଅନୁଯାୟୀ ନାଗା ସାଧୁମାନେ ଦେଶରେ ସର୍ବପ୍ରଥମ ଉଗ୍ରବାଦୀ ସୈନ୍ୟ ନିର୍ମାଣ କରିଥିଲେ। ଅଷ୍ଟମ ଶତାବ୍ଦିରେ ଆଦି ଶଙ୍କରାଚାର୍ଯ୍ୟ ଦଶ୍ନମୀ ସନ୍ୟାସୀ ଗଠନ କରିଥିଲେ। ୭ଟି ପ୍ରମୁଖ ଆଖଡ଼ାର ସମ୍ମିଳିତରେ ଦଶ୍ନମୀ ସନ୍ୟାସୀଙ୍କ ଚୟନ କରାଯାଇ ଥିଲା। ଏହି ସନ୍ୟାସୀ ହାତରେ ମାରଣାସ୍ତ୍ର ଧରିବା ସହ ଜପ, ତପରେ ନିୟୋଜିତ ଥିଲେ। ତେବେ ଧର୍ମ ଓ ଦେଶକୁ ରକ୍ଷା କରିବା ପାଇଁ ଯେକୌଣସି ସମୟରେ ନିଜ ପ୍ରାଣ ଦେବାକୁ ସେମାନେ ପ୍ରଶ୍ଚାଦ୍‍ପଦ ହେଉ ନଥିଲେ।

Leave A Reply