www.samajalive.in
Monday, December 15, 2025
26.1 C
Bhubaneswar

ଅଯୋଧ୍ୟା ଯାଉଥିବା ବୃଦ୍ଧ ବୁଦ୍ଧଗୟାରୁ ନିଖୋଜ, ଫେରାଇ ଆଣିବାକୁ ପତ୍ନୀଙ୍କ ନିବେଦନ 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଖିରେଇଟାଙ୍ଗିରି ଗ୍ରାମର ବାଗରଦା ସାହିର ଲାଲମୋହନ ନାଏକ(୭୪) ଗତ ୨୩ ଦିନ ତଳେ ବୁଦ୍ଧଗୟାରୁ ନିଖୋଜ ହୋଇଛନ୍ତି। ସେ ଗ୍ରାମବାସୀଙ୍କ ସହିତ ଏକ ଘରୋଇ ବସ୍ ରେ ଅଯୋଧ୍ୟା ଯାଉଥିଲେ। ବୁଦ୍ଧଗୟା ଏକ ସ୍ଥାନରେ ବସ ଟି ଅଟକି ଥିଲା । ସେହି ସ୍ଥାନରେ କିଛି ସମୟ ପାଇଁ ବସ ରହିବା ଫଳରେ ଲାଲମୋହନ ବସରୁ ତଳକୁ ଓହ୍ଲାଇ ଥିଲେ ହେଲେ ସେ ଆଉ ବସରେ ଚଢି ପାରିନଥିଲେ ଫଳରେ ସେଠାରୁ ବସଟି ଛାଡି ଦେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲା । ଅଯୋଧ୍ୟା ପହଁଚିବା ବେଳକୁ ସାଥି ମାନେ ଦେଖନ୍ତି ଯେ ଲାଲମୋହନ ବସରେ ନାହାଁନ୍ତି । ଗ୍ରାମକୁ ବସ ଫେରିବା ପରେ ତାଙ୍କ ପତ୍ନୀ ଅତର ନାଏକ ଏହା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି। ୨୩ ଦିନ ହେଲା ଲାଲମୋହନ ଆଉ ଘରକୁ ଫେରିନାହାନ୍ତି । ତାଙ୍କ ସ୍ତ୍ରୀ ଅତର ନାଏକ କାନ୍ଦି କାନ୍ଦି ଘରେ ବସିଛନ୍ତି। ଆଉ ଘରକୁ ସ୍ବାମୀଙ୍କୁ ଘରକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି । ଏନେଇ ଅତର ତୁରୁମୁଙ୍ଗା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories