www.samajalive.in
Monday, December 15, 2025
26.1 C
Bhubaneswar

ବଜାରକୁ ଆସିଲା ଟିଭିଏସ୍ ରୋନିନର ନୂଆ ମଡେଲ୍, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଟିଭିଏସ୍ ମୋଟର କମ୍ପାନୀ ଭାରତରେ ନଜ ଲୋକପ୍ରିୟ ମଡର୍ଣ୍ଣ-ରେଟ୍ରୋ ମୋଟରସାଇକେଲ ଟିଭିଏସ୍ ରୋନିନର ୨୦୨୫ ଏଡିଶନ ଲଞ୍ଚ୍ କରିଦେଇଛି । ନୂଆ ରୋନିନରେ କିଛି ବଡ ଅପଡେଟ୍ସ ଦେଖିବାକୁ ମିଳିଛି ଯାହା ଏହାକୁ ଅଧିକ ଷ୍ଟାଇଲିସ୍ କରୁଛି । ଗାଡିର ୨ଟି ନୂଆ ରଙ୍ଗ ଗ୍ଲାସିୟର ସିଲଭର ଓ ଚାରକୋଲ୍ ଏମ୍ବର ନେଇଆସିଛି କମ୍ପାନୀ । ଏହାର ମିଡ୍ ଭାରିଆଣ୍ଟରେ ଏବେ ଡୁଆଲ ଚ୍ୟାନେଲ୍ ଏବିଏସ୍, ଉତ୍ତମ ବ୍ରେକିଂ ସିଷ୍ଟମ ଓ ସେଫ୍ଟି ମିଳିଥାଏ ।

ନୂଆ ୨୦୨୫ ଟିଭିଏସ୍ ରୋନିନ୍ ୩ ଭାରିଆଣ୍ଟରେ ଉପଲବ୍ଧ ହେବ । ଏହାର ବେସ୍ ଭାରିଆଣ୍ଟରେ ଦାମ୍ ୧.୩୫ ଲକ୍ଷ ଟଙ୍କା(ଏକ୍ସଶୋରୁମ୍) ରହିବ । ମିଡ୍ ଭାରିଆଣ୍ଟ ୧.୪୯ ଲକ୍ଷ ଟଙ୍କା ଓ ଏହାର ଟପ୍ ଭାରିଆଣ୍ଟରେ ଦାମ୍ ୧.୫୯ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ବାଇକରେ ୨୨୫.୯ ସିସି ସିଙ୍ଗଲ ସିଲିଣ୍ଡର ଅଏଲ୍ କୁଲ୍ଡ ଇଞ୍ଜିନ୍ ମିଳୁଛି । ଏଥିରେ ୫ ସ୍ପିଡ୍ ଟ୍ରାନ୍ସମିଶନ ଗିୟରବକ୍ସ ଦେଖିବାକୁ ମିଳିବ ।

- Advertisement -

ସେଫ୍ଟି ଓ ଆଡଭାନ୍ସ ଫିଚର୍ସ ରୂପେ ଡୁଆଲ ଚ୍ୟାନେଲ ଏବିଏସ୍ ସିଷ୍ଟମ, ସ୍ଲିପର କ୍ଲଚ୍, ୟଏସଡି ଫ୍ରଣ୍ଟ ଫୋକର୍ସ ମିଳିବ । ଏହା ବ୍ୟତୀତ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିବ । ଗ୍ରାହକ ଏହାକୁ ଟିଭିଏସ୍ ଶୋରୁମରୁ କ୍ରୟ କରିପାରିବେ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories