www.samajalive.in
Tuesday, December 9, 2025
16.1 C
Bhubaneswar

ଆଗେ ମାଡ ମାରି ପୁଣି ଫାଶୀରେ.. ଜାଣନ୍ତୁ ୪ ବର୍ଷର ଶିଶୁ କେମିତି ଖୋଲିଲା ମାଆ ହତ୍ୟାକାଣ୍ଡର ରହସ୍ୟ..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଝାନ୍ସୀରେ ଜଣେ ୪ ବର୍ଷୀୟ ଶିଶୁ ନିଜ ମାଆ ହତ୍ୟାକାଣ୍ଡର ରହସ୍ୟକୁ ପୁଲିସ ସାମ୍ନାକୁ ଆଣିଛି। ମାଆର ମୃତ୍ୟୁ କିଭଳି ହୋଇଛି, ପୁଲିସ ନିକଟରେ କହିଛି। ଶିଶୁ ଜଣଙ୍କ ଚିତ୍ର ଆଙ୍କି ନିଜ ମାଆ ମୃତ୍ୟୁର ରହସ୍ୟକୁ ସାମ୍ନାକୁ ଆଣିଛି। ମୃତ ଯୁବତୀ ହେଲେ ସୋନାଲୀ।
ଶିଶୁଟି ପୁଲିସ ନିକଟରେ କହିଛି, ବାପା ନିୟମିତ ମାଆକୁ ମାଡପିଟ୍‌ କରନ୍ତି। ଦିନେ ମାଆଙ୍କୁ ଶିଡିରୁ ତଳକୁ ଧକ୍କା ଦେଇଥିଲେ।
ସୂଚନାନୁଯାୟୀ, ମଧ୍ୟ ପ୍ରଦେଶର ଟିକମଗଡ ଜିଲାର ବାସିନ୍ଦା ସୋନାଲିଙ୍କ ବାପା ସଞ୍ଜୀବ ତ୍ରିପାଠୀ କହିଛନ୍ତି, ବିବାହ ଦିନ ଜ୍ୱାଇଁଙ୍କୁ ୨୦ ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ। ମାତ୍ର କିଛି ଦିନ ପରେ ଜ୍ୱାଇଁ ଓ ତାଙ୍କ ଘର ଲୋକେ ପୁଣି ଅଧିକ ଯୌତୁକ ସହ ଅନ୍ୟାନ୍ୟ ଜିନିଷ ଦାବି କରିବା ଆରମ୍ଭ କରି ଦେଇଥିଲେ। ଅଧିକ ଯୌତୁକ ନଦେଇ ପାରିବାରୁ ଝିଅକୁ ମାଡପିଟ୍‌ କରିବା ଆରମ୍ଭ କରିଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ଥରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସେମାନେ ବୁଝାସୁଝା ମଧ୍ୟ କରିଥିଲେ।

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

- Advertisement -

ଏହି ମାମଲାରେ ପୁଲିସ ସୋନାଲୀଙ୍କ ସ୍ୱାମୀ ସମେତ ୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୋମବାର ୨୭ ବର୍ଷୀୟ ସୋନାଲୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ସୋନାଲୀଙ୍କ ବାପ ଘର ଲୋକେ ଶାଶୁ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ୨୦୧୯ରେ ସୋନାଲୀଙ୍କ ବିବାହ ହୋଇଥିଲା। ଯୌତୁକ ପାଇଁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ହଠାତ୍‌ ସକାଳ ୭ଟାରେ ଫୋନ୍‌ ଆସିଥିଲା, ତାଙ୍କ ଝିଅ ଅସୁସ୍ଥ ଅଛି, ପୁଣି ଫୋନ୍‌ ଆସିଥିଲା ସୋନାଲୀ ଫାଶୀ ଦେଇଛନ୍ତି।

ଦେଖନ୍ତୁ ଭିଡିଓ; ଅଟୋ ନା ବସ୍‌, ଯାତ୍ରୀଙ୍କୁ ଗଣି ଗଣି ପୁଲିସ ବି କାବା..

ମାତ୍ର ଘଟଣାର ସତ୍ୟାସତ୍ୟ ୪ ବର୍ଷର ଶିଶୁ କନ୍ୟା ସାମ୍ନାକୁ ଆଣିଥିଲା। ଶିଶୁଟି କହିଥିଲା, ବାପା ମାଆଙ୍କୁ ମାରିଛନ୍ତି। ପ୍ରଥମେ ମାଡ ମାରି ଫାଶୀରେ ଝୁଲାଇ ଦେଇଥିଲେ।

ମାତ୍ର ଏତିକି ଟଙ୍କା.. ବିଏସ୍‌ଏନ୍‌ଏଲ୍‌ ଆଣିଲା ଜବରଦସ୍ତ ପ୍ଲାନ୍‌, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories